Latest Odisha News

ଜିଓ ଗ୍ରାହକ ହ୍ୱାଟ୍‌ସଆପ୍ ଜରିଆରେ କରିପାରିବେ ରିଚାର୍ଜ…

ଭୁବନେଶ୍ୱର: ଜିଓ ଗ୍ରାହକ ମାନଙ୍କ ପାଇଁ ଖୁସିି ଖବର । ଏଣିକି ଗ୍ରାହକ ମାନେ ହ୍ୱାଟସ୍‌ଆପ୍ ଜରିଆରେ କରିପାରିବେ ରିଚାର୍ଜ । ହ୍ୱାଟ୍‌ସଆପ୍ ଜରିଆରେ ରିଚାର୍ଜ କରିପାରିବା ସହିତ ଅର୍ଥ ପୈଠ କରିପାରିବେ । ସେମାନଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ସେମାନଙ୍କର କିଛି ଯଦି କିଛି ଅଭିଯୋଗ ଥାଏ ତାହା ଜଣାଇପାରିବା ସହିତ ଆହୁରି ଅନେକ କିଛି କରିପାରିବେ । ସେଥିପାଇଁ ଜିଓ ଗ୍ରାହକଙ୍କୁ ୭୦୦୦୭୭୦୦୦୭ ନମ୍ବର ସେଭ୍ କରି ନିଜର ହ୍ୱାଟ୍‌ସଆପରୁ ‘Hi’ ଲେଖି ପଠାଇବାକୁ ପଡିବ ।

ଏହି ସୁବିଧା ପ୍ରଦାନ ପାଇଁ ଜିଓ ହ୍ୱାଟ୍‌ସଆପ ସହିତ ସମନ୍ୱିତ ହୋଇ ବର୍ତ୍ତମାନର ସମୟରେ ଗ୍ରାହକ ସଶକ୍ତିକରଣ ନିମନ୍ତେ ସର୍ବାଧୁନିକ ଉତ୍ପାଦ ଆଣିଛି । ହ୍ୱାଟ୍‌ସଆପ ଘରେ ଘରେ ସୁପରିଚିତ ଏକ ନାମ ଏବଂ ଏବଂ ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ ବ୍ୟବହାରକାରୀ ଦିନରେ ଏକାଧିକ ଥର ହ୍ୱାଟ୍‌ସଆପ୍ ବ୍ୟବହାର କରିଥାନ୍ତି । ଜିଓ ବ୍ୟବହାରକାରୀମାନେ ଏଣିକି ହ୍ୱାଟ୍‌ସଆପ ଜରିଆରେ ସେମାନଙ୍କ ମୋବିଲିଟି ଏବଂ ଜିଓମାର୍ଟ ଆକାଉଣ୍ଟର ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିପାରିବେ ।

ରିଚାର୍ଜ କିମ୍ବା ଦେୟ ପ୍ରଦାନ ପାଇଁ ଇ-ୱାଲେଟ, ୟୁପିଆଇ, କ୍ରେଡିଟି ଓ ଡେବିଟ କାର୍ଡ ଆଦି ସମସ୍ତ ପ୍ରକାରର ଦେୟ ବିକଳ୍ପ ମଧ୍ୟ ଉପଲବ୍ଧ ହେଉଛି । ଜିଓ ଗ୍ରାହକମାନେ ଯେଉଁସବୁ ସେବା ହ୍ୱାଟ୍‌ସଆପ୍ ଜରିଆରେ ପାଇପାରିବେ ସେଥିମଧ୍ୟରେ ରହିଛି ଜିଓ ସିମ୍ ରିଚାର୍ଜ, ନୂଆ ଜିଓ ସିମ୍ ଅଥବା ପୋର୍ଟ-ଇନ (ଏମ୍‌ଏନ୍‌ପି), ଜିଓ ସିମ୍ ସମ୍ପର୍କିତ ସହାୟତା, ଜିଓଫାଇବର ସମ୍ପର୍କିତ ସହାୟତା, ଆନ୍ତର୍ଜାତିକ ରୋମିଂ ପାଇଁ ସହାୟତା, ଜିଓମାର୍ଟ ପାଇଁ ସହାୟତା ଇତ୍ୟାଦି ଅନେକ କିଛି ।

ଏଥିସହିତ ଜିଓର ଏହି ହ୍ୱାଟ୍‌ସଆପ୍ ଚାଟ୍‌ବଟ୍ ଜରିଆରେ କୌଣସି ଅଂଚଳର କୋଭିଡ୍ ଭାକ୍ସିନ୍ କେନ୍ଦ୍ର ସୂଚନା, ଭାକ୍ସିନ୍ ଉପଲବ୍ଧତା ଇତ୍ୟାଦିର ସୂଚନା ମଧ୍ୟ ମିଳିପାରିବ । ଜିଓ ବ୍ୟବହାରକାରୀ ଏହି ବୈଶିଷ୍ଟ୍ୟଗୁଡିକୁ ଏବେ ଇଂରାଜୀ ଓ ହିନ୍ଦୀ ଭାଷାରେ ବ୍ୟବହାର କରିପାରିବେ ଏବଂ ଖୁବଶୀଘ୍ର ଏହା ଅଧିକ ଭାରତୀୟ ଭାଷାଗୁଡିକରେ ଉପଲବ୍ଧ ହେବ ।

Leave A Reply

Your email address will not be published.