Latest Odisha News

BREAKING NEWS

ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ

ବଲାଙ୍ଗିର : ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ । ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଓ ହସପିଟାଲରେ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଏହାର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଆଜିଠାରୁ ଏହି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହେବା ସହ ଖୁବଶିଘ୍ର ଏହା ଲୋକଙ୍କ କାର୍ଯ୍ୟରେ ଲାଗିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆମ ରାଜ୍ୟରେ ଅମ୍ଳଜାନର ଅଭାବ ନ ଥିବା ସହ ନିଜ ଉଦ୍ୟମରେ ଆବଶ୍ୟକତା ପୂରଣ କରାଯାଉଥିବା ସେ କହିଛନ୍ତି। ହେଲେ ଆଗାମୀ ତୃତୀୟ ଲହରିକୁ ଦୃଷ୍ଟିରେ ରଖି ଏହି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ତେବେ ରାଜ୍ୟରେ କରୋନା ନିୟନ୍ତ୍ରଣରେ ଆସିଥିଲେ ମଧ୍ୟ ଲୋକଙ୍କୁ କୋଭିଡ୍ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ।

ଏହି ପ୍ଲାଣ୍ଟରୁ ପ୍ରତି ମିନିଟରେ ୬ ଶହ ଲିଟର ଅମ୍ଳଜାନ ଉତ୍ପାଦନ ହୋଇ ପାରିବ। ଫଳରେ ଏହି ପ୍ଲାଣ୍ଟ ଦ୍ଵାରା ବଲାଙ୍ଗିର ମେଡ଼ିକାଲ ସହ ପଡୋଶୀ ଜିଲ୍ଲାରେ ମଧ୍ୟ ଅମ୍ଳଜାନ ଆବଶ୍ୟକତା ପୂରଣ କରିବ ବୋଲି ଆଶା କରାଯାଉଛି । ଏହାଦ୍ବାରା ଏଠି କାର ରୋଗୀ ଅମ୍ଳଜାନ ପାଇବା ସହ ପଡୋଶୀ ଜିଲ୍ଲାର ରୋଗୀ ମାନେ ମଧ୍ୟ ଉପକୃତ ହୋଇ ପାରିବେ।

Leave A Reply

Your email address will not be published.