ନୂଆଦିଲ୍ଲୀ: ଲକ୍-ଡାଉନ କାରଣରୁ ଜବାହରଲାଲ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆବେଦନର ସମୟସୀମାକୁ ବୃଦ୍ଧି କରିଛି । କରୋନା ମହାମାରୀ ଯୋଗୁଁ ଦେଶର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।
ଏପରିକି କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି । ଦେଶର ଏଭଳି ଜଟିଳ ସ୍ଥିତିରେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିଲାଗି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
The application deadline for JNU Entrance Exam (JNUEE) is extended. Students may visit the National Testing Agency website for the new date of entrance exam: M. Jagadesh Kumar, Vice-Chancellor of Jawaharlal Nehru University (JNU) (File pic) #Coronavirus pic.twitter.com/TQtCzosFfo
— ANI (@ANI) March 31, 2020
କରୋନାଭାଇରସ୍ ପାଇଁ JNU ଛାତ୍ରଛାତ୍ରୀଙ୍କୁ କିଛି ଅତିରିକ୍ତ ସମୟ ଦେଇଛି । ଛାତ୍ରଛାତ୍ରୀମାନେ ଭଲ ଭାବେ ପ୍ରସ୍ତୁତି କରିବା ସହ ପ୍ରବେଶିକା ପରୀକ୍ଷା ଫର୍ମକୁ ଜମା କରିବା ପାଇଁ ଅତିରିକ୍ତ ସମୟ ପାଇବେ ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ୱେବ୍ସାଇଟ୍ ଜରିଆରେ ଛାତ୍ରଛାତ୍ରୀମାନେ ନୂଆ ତାରିଖ ପାଇପାରିବେ । ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଛନ୍ତି JNU ଉପକୁଳପତି ଏମ୍.ଜଗଦୀଶ କୁମାର ।
Comments are closed.