Latest Odisha News

ଚାକିରି ନାଁରେ ୫୦ ହଜାର ଯୁବକ ଯୁବତୀଙ୍କୁ ଠକେଇ, ମଧ୍ୟପ୍ରଦେଶରୁ ହେଉଥିଲା ଅପରେଟ୍

ଭୁବନେଶ୍ୱର: ୱେବସାଇଟରେ ଚାକିରି ଅଫର୍ । ଲୋଭନୀୟ ଅଫର୍ ଦେଇ ଲୁଟୁଥିଲେ । ଟାର୍ଗେଟରେ ଥିଲେ ଓଡ଼ିଶା ସହ ଗୁଜରାଟର ଯୁବକ ଯୁବତୀ । ଚାକିରି ନାଁରେ ଠକେଇ କରୁଥିବା ଅଭିଯୋଗରେ ଓଡ଼ିଶା ଅର୍ଥନୈତିକ ଅପରାଧିକ ଶାଖା ମଧ୍ୟପ୍ରଦେଶର ଜାଓାରରୁ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଅର୍ପିତ ପଞ୍ଚଲ ।

ଅର୍ପିତ ଦେଶର ବିଭିନ୍ନ ରାଜ୍ୟର ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ଚାକିରି ନାରେ ଠକିଥିବା ଅନୁମାନ କରାଯାଉଛି । ଇଓଡବ୍ଲୁ ଅନୁସାରେ, ଟେକ୍ନୋଲୋଜିରେ ପାରଙ୍ଗମ ଏକ ରାକେଟ୍ ୟୁପିର ଆଲିଗଡ଼ରୁ ଚାଲୁଛି । ଏବେ ମଧ୍ୟପ୍ରଦେଶରୁ ଗିରଫ ଅର୍ପିତ୍ ଜଣେ ଆଇଟି ଏକ୍ସପର୍ଟ ଥିଲେ । ତାଙ୍କର ୱେବସାଇଟ୍ ଡିଜାଇନ୍ ସହ କମ୍ପ୍ୟୁଟର ଲାଙ୍ଗୁଏଜ ଜ୍ଞାନ ରହିଛି ।

ପୂର୍ବରୁ ଇଓଡବ୍ଲୁ ଚାକିରି ଠକେଇ ସହ ଜଡ଼ିତ ୯ଟି ଫେକ୍ ୱେବସାଇଟ୍ ମାମଲାରେ ଗିରଫ କରିଥିବା ଜାଫର ଅହମଦ ସହ ଅର୍ପିତ ସମ୍ପୃକ୍ତ ରହିଥିଲା । ତେବେ ଏହି ଠକେଇ ଲାଗି ତିଆରି କରାଯାଇଥିବା ୱେବସାଇଟ୍ ଦେଖିବାକୁ ଅବିକଳ ସରକାରୀ ୱେବସାଇଟ୍ ଭଳି । ଯେଉଁଥିରେ ନିଯୁକ୍ତି ନେଇ ବିଜ୍ଞାପନ ଦିଆଯିବା ସହ ଅନଲାଇନ୍ ଫର୍ମ ପୂରଣ କରି ଟଙ୍କା ଜମା କରିବାକୁ କୁହା ଯାଉଥିଲା ।

ଏଭଳି ୯ଟି ୱେବସାଇଟରେ ଏମାନେ ଠକେଇ କରୁଥିଲେ । ୪ଟି ୱେବସାଇଟ୍ ମାଧ୍ୟମରେ ଓଡ଼ିଶାର ପ୍ରାୟ ୧୨ ହଜାର ଚାକିରି ଆଶାୟୀଙ୍କ ଠାରୁ ୩ ହଜାରରୁ ୫୦ ହଜାର ଟଙ୍କା ଯାଏ ଠକେଇ ହୋଇଥିବା ଇଓଡବ୍ଲୁ ସୂଚନା ଦେଇଛି । ଗିରଫ ଅର୍ପିତକୁ ଇଓଡବ୍ଲୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.