Latest Odisha News

BREAKING NEWS

ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍‌ ପିନ୍ଧିଲେ ଆର୍‌ ବୋନି ଗାବ୍ରିଏଲ୍‌

ଲୋଇସିଆନା: ଆମେରିକାର ସୁନ୍ଦରୀ ଆର୍‌ ବୋନି ଗାବ୍ରିଏଲ୍‌ ଜିତିଲେ ମିସ୍ ୟୁନିଭର୍ସ-୨୦୨୨ ଟାଇଟଲ । ଶନିବାର ଆମେରିକାର ଲୋଇସିଆନାଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍‌ ।

 

View this post on Instagram

 

A post shared by Miss Universe (@missuniverse)

୭୧ତମ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଗାବ୍ରିଏଲ୍‌ଙ୍କୁ ୨୦୨୧ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜେତା ଭାରତର ହରନାଜ ସିନ୍ଧୁ ମୁକୁଟ ପିନ୍ଧାଇଛନ୍ତି  । ୨୦୨୨ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୮୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ହେଲେ ନିଜର ସୌନ୍ଦର୍ଯ୍ୟ ଓ ବୁଦ୍ଧି ବଳରେ ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ ।

 

View this post on Instagram

 

A post shared by Miss Universe (@missuniverse)

ଗ୍ରାବିଏଲ ଜଣେ ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର, ମଡେଲ । ୟୁନିଭର୍ସିଟି ଅଫ ନର୍ଥ ଟେକ୍ସାସରୁ ସେ ଫ୍ୟାଶନ ଡିଜାଇନରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି ।ଗାବ୍ରିଏଲ ତାଙ୍କ ନିଜସ୍ବ ବ୍ରାଣ୍ଡ ଆର ବୋନି ନୋଲାର ସିଇଓ ଅଛନ୍ତି । ମିସ୍ ଭେନଜୁଏଲା ପ୍ରଥମ ରନର୍ସଅପ ହୋଇଥିବା ବେଳେ ମିସ୍ ଡୋମିନିକାନ ରିପବ୍ଲିକ ଦ୍ବିତୀୟ ରନର୍ସ ଅପ ଟାଇଟେଲ ଜିତିଛନ୍ତି ।

 

Leave A Reply

Your email address will not be published.