Latest Odisha News

BREAKING NEWS

ଦେଶରେ ୧୩ କୋଟି ପାର କଲା କୋଭିଡ୍ ଟେଷ୍ଟିଂ, ମାତ୍ର ୧୦ ଦିନରେ ୧ କୋଟି ନମୁନା ପରୀକ୍ଷା

ଦେଶରେ ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇ ସାରିଲାଣି । ଗତ ୧୦ ଦିନରେ ରେକର୍ଡ ୧ କୋଟି ନମୁନା ପରୀକ୍ଷା କରାଯାଇଛି । ଟେଷ୍ଟିଂ ବଢିଥିବା ବେଳେ ପୂର୍ବ ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ପଜିଟିଭ୍ ରେଟ୍ କମ୍ରାଗତ ହ୍ରାସ ପାଉଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଇସିଏମ୍ଆରର ସୂଚନା ଅନୁସାରେ ନଭେମ୍ବର ୨୦ ତାରିଖ ସୁଦ୍ଧା ମୋଟ ୧୩.୦୬ କୋଟି ନମୁନା ପରୀକ୍ଷା ହୋଇଛି ।

୨୦ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଗୋଟିଏ ଦିନରେ ୧୦ ଲକ୍ଷ ୬୬ ହଜାର ୨୨ ଜଣଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ଜାତୀୟ ପଜିଟିଭ୍ ହାର ୬.୯୩ ପ୍ରତିଶତରେ ପହଞ୍ଚିଥିବା ବେଳେ ଶୁକ୍ରବାରର ପଜିଟିଭ୍ ରେଟ୍ ରହିଥିଲା ୪.୩୪ ପ୍ରତିଶତ । ଦୈନିକ ଟେଷ୍ଟି ବଢୁଥିଲେ ମଧ୍ୟ ସଂକ୍ରମଣ ହାର ଅଧିକ ରହିଛି । ପ୍ରତ୍ୟେକ ଦିନ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଉଥିଲେ ମଧ୍ୟ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉନାହାନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୨୩ ଜଣ ପଜିଟିଭ୍ ହୋଇଛନ୍ତି । ଦେଶରେ ଏବେ ଆକ୍ଟିଭ କେସ୍ ରହିଛି ୪ ଲକ୍ଷ ୩୯ ହଜାର ୭୪୭ । ମୋଟ୍‌ ଆକାନ୍ତଙ୍କ ମଧ୍ୟରୁ ଏବେ ମାତ୍ର ୪.୮୬ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି । ସେହିପରି ୮୪ ଲକ୍ଷ ୭୮ ହଜାର ୧୨୪ ଜଣ କରୋନାରୁ ସୁଦ୍ଧ ହୋଇ ସାରିଲେଣି । ଦେଶରେ ସୁସ୍ଥତା ହାର ରହିଛି ୯୩.୯୬ ପ୍ରତିଶତ ।

Leave A Reply

Your email address will not be published.