Latest Odisha News

BREAKING NEWS

ଆଇପିଏଲରୁ ଓହରିଲେ ହାଜେଲଉଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପେସ ବୋଲର ଜୋସ ହାଜେଲଉଡ ଆଇପିଏଲର ୧୪ତମ ସଂସ୍କରଣରେ ଖେଳିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍‌ସ ତାଙ୍କୁ ରିଟେନ କରିଥିଲେ ମଧ୍ୟ ପରିବାର ସହିତ ସମୟ କାଟିବା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି । ସେ ତୃତୀୟ ଅଷ୍ଟ୍ରେଲିଆ ଖେଳାଳି ଭାବେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ପୂର୍ବରୁ ଜୋସ ପିଲିପ ଓ ମିଚେଲ ମାର୍ଶ ମଧ୍ୟ ଆଇପିଏଲର ଆଗାମୀ ସଂସ୍କରଣରୁ ଓହରି ଯାଇଛନ୍ତି ।

ଆଗକୁ ଅଷ୍ଟ୍ରେଲିଆର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଥିବାରୁ ଉପରୋକ୍ତ ଖେଳାଳିମାନେ ବିଶ୍ରାମ ନେବାକୁ ଶ୍ରେୟ ମଣିଛନ୍ତି । ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ଚେନ୍ନାଇ ସାମିଲ କରିବ ତାହା ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.