Latest Odisha News

BREAKING NEWS

ମାଉସୀ-ମା ମନ୍ଦିରରୁ ଲୁଟ ଘଟଣା, ମନ୍ଦିରରୁ ଚୋରି ମୋତେ ଆଶ୍ଚର୍ଯ୍ୟ କରିଛି: ପୁରୀ ଗଜପତି

ପୁରୀ: ଆଜି ପୁରୀ ମାଉସୀ-ମା ମନ୍ଦିରରୁ ଲୁଟ ଘଟଣା । ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ଦିରର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ମନ୍ଦିରରୁ ଲୁଟ ନେଇ ସେ କହିଛନ୍ତି, ଚୋରି ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତଙ୍କ ଧରିବାକୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ । ଶ୍ରୀକ୍ଷେତ୍ର ଭଳି ଧାର୍ମିକସ୍ଥଳର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବାକୁ ସେ ଦାବି କରିଛନ୍ତି । 

ପୁରୀରେ ମାଉସୀ ମା’ ମନ୍ଦିରରୁ ଲୁଟ୍ ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଭିତରକୁ ପଶିଥିଲେ ଲୁଟେରା । ଏହାସହ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟ କରିଛନ୍ତି । ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି ଲୁଟେରା । ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଏପର୍ଯ୍ୟନ୍ତ ସଠିକ ଭାବେ ଜଣାପଡି ନାହିଁ । ମନ୍ଦିର ଭିତରେ ଥିବା ଆଲମିରା ଭାଙ୍ଗି ମା’ଙ୍କ ରୂପା ଅଳଙ୍କାର ବି ଚୋରି କରିଛନ୍ତି । କୁମ୍ଭାରପଡ଼ା ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.