Latest Odisha News

BREAKING NEWS

ବନ୍ଧାହେଲେ ଠକ ସାମ୍ବାଦିକ

ପୁରୀ: ୱେବ ଚ୍ୟାନେଲ ଖୋଲି ଜଣେ ସାମ୍ବାଦିକ ଲୋକଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ । ଏପରି ଠକ ସାମ୍ବାଦିକକୁ ଖଣ୍ଡଗିରି ପୋଲିସ ଆଜି ପୁରୀରୁ ଗିରଫ କରିଛି । ତା ନାଁ ସୌମ୍ୟରଂଜନ ସାମନ୍ତରାୟ । ସେ ଦୁର୍ନୀତି ଲାଇଭ ନାମରେ ଏକ ୱେବ ଚ୍ୟାନେଲ କରି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି ।

ସେ ନେତା, ବ୍ୟବସାୟୀ ଏପରିକି ସାମ୍ବାଦିକଙ୍କୁ ମଧ୍ୟ ବ୍ଲାକ ମେଲ କରିଆସୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ସୌମ୍ୟ ଅଫିସ ଖୋଲିଥିଲା । ଜଣେ ମହିଳାଙ୍କର ଅଶ୍ଲୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ତାଙ୍କୁ ବ୍ଲାକମେଲ କରିଆସୁଥିବା ଜଣାପଡିଛି । ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।

Leave A Reply

Your email address will not be published.