Latest Odisha News

BREAKING NEWS

ବିମାନ ଦୁର୍ଘଟଣାରେ ୪ ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ  

ନୂଆଦିଲ୍ଲୀ : ବ୍ରାଜିଲରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଫୁଟବଲ୍ କ୍ଳବର ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 

ସୂଚନାଯୋଗ୍ୟ, ମୃତ୍ୟୁ ହୋଇଥିବା ଜଣ ଫୁଟବଲ୍ ଖେଳାଳି କରୋନା ସଂକ୍ରମିତ ଥିଲେ । ତାଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିଲା । ଏଥିପାଇଁ ତାଙ୍କୁ ଅଲଗା ଏକ ଘରୋଇ ବିମାନରେ ନିଆଯାଉଥିଲା ।

ବିମାନଟି ବ୍ରାଜିଲର ଉତ୍ତର ସହର ପଲମାସ ନିକଟସ୍ଥ ଟୋକେନଟେନ୍ସ ଏୟାରଫିଲ୍ଡରୁ ଉଡିବାର କିଛି ସମୟ ପରେ ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣାରେ ପାଇଲଟଙ୍କ ସମେତ ଫୁଟବଲ୍ କ୍ଳବର ଅଧ୍ୟକ୍ଷ ଓ ତିନି ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଛି । 

Leave A Reply

Your email address will not be published.