Latest Odisha News

BREAKING NEWS

ଘୋଷଣା ହେଲା ରାଜମୌଲୀଙ୍କ ବହୁ ପ୍ରତିକ୍ଷୀତ ଆରଆରଆରର ରିଲିଜ ତାରିଖ

ମୁମ୍ବାଇ: ଏସଏସ ରାଜମୌଲୀ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷିତ ଫିଲ୍ମ ଆରଆରଆରର ରିଲିଜ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଯାହାକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ଏହି ଅବସରରେ ଫିଲ୍ମର ନୂତନ ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ, ଜୁନିୟର ଏନଟିଆର ଓ ଆଲିୟା ଭଟ୍ଟ ଅଭିନୀତ ଏହି ଫିଲ୍ମ ଦଶହରା ଅବସରରେ ରିଲିଜ ହେବ । ଆରଆରଆର ୧୩ ଅକ୍ଟୋବରରେ ରିଲିଜ ହେବ ବୋଲି ଆଲିୟା ସୋସିଆଲ ସାଇଟରେ ପ୍ରଶଂସକଙ୍କୁ ସୂଚନା ଦେଈଛନ୍ତି ।

୧୯୨୦ ଦଶକର କ୍ରାନ୍ତିକାରୀ ଅଲ୍ଲୁରୀ ସୀତାରାମ ରାଜୁ ଓ କୋମାରାମ ଭୀମଙ୍କ ଜୀବନୀ ଉପରେ ଆଧାରିତ । କରୋନା ମହାମାରୀ ଯୋଗୁ ଏହାର ରିଲିଜ ତାରିଖ ଘୁଂଚିଥିଲା । ବାହୁବଳୀ ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ରାଜମୌଲୀଙ୍କ ଆରଆରଆରର ବଜେଟ ୪୫୦ କୋଟି ରହିଛି ।

Leave A Reply

Your email address will not be published.