Latest Odisha News

BREAKING NEWS

ପୁରୀରେ ସାମ୍ବାଦିକଙ୍କୁ ଦୁବୃର୍ତ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡର ବେଲେଶ୍ୱର ପାଟଣା ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଆହତ ସାମ୍ବାଦିକଙ୍କ ନାମ ବିକ୍ରମ ଆଚାର‌୍ୟ୍ୟ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ବେଲେଶ୍ୱର ପାଟଣା ଛକରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଖବର ସଂଗ୍ରହ କରିବାକୁ ସେ ଯାଇଥିବା ବେଳେ କେହି ଦୁବୃର୍ତ୍ତ ଅଚାନକ ତାଙ୍କ ଉପରକୁ ଆକ୍ରମଣ କରିଥିଲା ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମ୍ବାଦିକଙ୍କ ମୁଣ୍ଡ, କାନ ଓ ଛାତିରେ ଆଘାତ ଲାଗିଥିବା ଜଣାପଡିଛି। ଖବର ପାଇ ମେରାଇନ୍ ଡ୍ରାଇଭ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ସାମ୍ବାଦିକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

ତେବେ ଏହି ଆକ୍ରମଣର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଏନେଇ ଥାନାରେ ପୋଲିସ ଏକ ମାମଲା ରୁଜୁ କରିଛି ।

Leave A Reply

Your email address will not be published.