Latest Odisha News

BREAKING NEWS

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ । ଆଜି ଜରେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ । ମୃତ ସାମ୍ବାଦିକ ଜଣକ ହେଲେ ରୋହିତ ବିଶ୍ୱାଳ ।

ସୂଚନା ଅନୁସାରେ, କରଲାଖୁଣ୍ଟା ବ୍ରିଜରେ ନକ୍ସଲଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ପୋଷ୍ଟରଟି ଏକ ଗଛରେ ଲାଗିଥିଲା । ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ପାଖକୁ ଯାଇଥିଲେ। ସେଠାରେ ଲ୍ୟାଣ୍ଡମାଇନ୍ ହଠାତ୍ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ବିସ୍ଫୋରଣ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

ମାଓବାଦୀ ମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ଏହାସହ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ଓ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବାକୁ ଦାବି କରିଥିଲେ । ଏହି ପୋଷ୍ଟର ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି।

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୌଣସି ସାମ୍ବାଦିକ ମୃତ୍ୟୁ ବରଣ କରିବା ଏହା ରାଜ୍ୟରେ ପ୍ରଥମ । ଘଟଣା ପରେ ନକ୍ସଲଙ୍କ ଖବର ସଂଗ୍ରହ କରିବାକୁ ଯିବା ନିମନ୍ତେ ସାମ୍ବାଦିକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି ।

Comments are closed, but trackbacks and pingbacks are open.