Latest Odisha News

ମୋତେ ଭୋଟ୍ ଦିଅ, କୋଟିଏ ମଶା ଓ ଲକ୍ଷେ ଅସରପା ନିପାତ କରିବି

ଭୁବନେଶ୍ୱର: ଓଡିଶାରେ ପଂଚାୟତ ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ଭୋଟ୍ ହାସଲ କରିବା ଲାଗି ଜୋରସୋରରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । କିଏ ଜୀଅନ୍ତା ମାଛ ଧରି ତ ପୁଣି କିଏ ଷ୍ଟଣ୍ଟ ମାରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ତାମିଲନାଡୁ ସହରାଂଚଳ ନିର୍ବାଚନ ପୂର୍ବରୁ କିନ୍ତୁ ଜଣେ ପ୍ରାର୍ଥୀ ବିଜୟୀ ହେଲେ ମଶା, ମୂଷା ଓ ଅସରପାଙ୍କୁ ନିପାତ କରିବା ନେଇ ପ୍ରଚାରରେ ମାତିଛନ୍ତି ।

କରୁର୍ ଅଂଚଳର ସ୍ୱାଧିନ ପ୍ରାର୍ଥୀ ରାଜେଶ କାନନ୍ । ହାତରେ ମୂଷା ଧରି ନିଜ ଦୁଇ ପୁଅଙ୍କ ସହ ମିଶି ସେ ଲୋକଙ୍କ ଘରକୁଘର ବୁଲି ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି । ବିଜୟୀ ହେଲେ ନିଜ ଅଂଚଳକୁ ସ୍ୱଚ୍ଛ କରିବା ଲାଗି ଲୋକଙ୍କୁ ଏକ ଅଜବ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା କାନନ୍ ନିଜ ଅଂଚଳରେ କୋଟିଏ ମଶା, ୧୦ ହଜାର ମୂଷା, ଲକ୍ଷେ ଅସରପା ଓ ୧୦୦ ବୁଲା କୁକୁରଙ୍କ ନିପାତ୍ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ତାଜା ସ୍ଥିତିରେ କାନନଙ୍କ ବିରୋଧରେ ଡିଏମ୍‌କେ ଓ ଏଆଇଡିଏମ୍‌କେ ପ୍ରାର୍ଥୀ ରହିଛନ୍ତି । ଏଭଳି ଅଭିନବ ପ୍ରତିଶ୍ରୁତି ଜରିଆରେ ସେ ଗଣେଶପୁରମ, କେଭିପି ନଗର ଓ କାମରାମାଜାପୁରମ ଅଂଚଳର ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ।

Comments are closed, but trackbacks and pingbacks are open.