Latest Odisha News

ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ପ୍ରମୋଦ ସାୱନ୍ତ

ପାଣାଜୀ: ପ୍ରମୋଦ ସାୱନ୍ତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଏଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରମୋଦଙ୍କୁ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା । ଗୋଆରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି ବିଜେପି । ବିଜେପି ୨୦ଟି ଆସନ ଜିତିଥିବା ବେଳେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପାଇଁ ଦଳ ସରକାର ଗଠନ କରିବ ।

ପୂର୍ବରୁ ବିଶ୍ୱଜିତ ରାଣେ ଓ ପ୍ରମୋଦଙ୍କ ମଧ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂଚନା କ୍ରମେ ପ୍ରମୋଦଙ୍କୁ ଦ୍ୱିତୀୟ ଇନିଂସ ପାଇଁ ସୁଯୋଗ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.