Latest Odisha News

ଗଂଜେଇ ସହ ଧରାପଡିଲେ ହୋମଗାର୍ଡ ଓ ବେପାରୀ

ଗୁଣୁପୁର: ରାୟଗଡା ଜିଲ୍ଲାରେ ଗଂଜେଇ ବେପାର କିମ୍ବା ଚାଲାଣ ବଡ କଥା ନୁହେଁ । ପ୍ରତିଦିନ ଏହି ଜିଲ୍ଲାରେ ରାଜ୍ୟ ତଥା ରାଜ୍ୟ ବାହାରର ଗଂଜେଇ ବେପାରୀ ପୋଲିସ ରାଡାରରେ ଧରାପଡିଥାନ୍ତି । ହେଲେ ଗଂଜେଇ ବ୍ୟବସାୟରେ ଯଦି ଖାକି ପୋଷାକର ସଂପୃକ୍ତି ରହେ, ତେବେ କ’ଣ କହିବେ ଆପଣ ?

ଆଜି ପଦ୍ମପୁର ପୋଲିସ ଖମ୍ବାରିଗୁଡା ଗାଁରେ ଗଂଜେଇ ଗଚ୍ଛିତ ଥିବା ବିଶ୍ୱସ୍ତ ସୁତ୍ରରୁ ଜାଣିବାକୁ ପାଇଥିଲା । ସତ୍ୟତା ଯାଂଚ କରିବାକୁ ଯାଇ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରିବା ସହ ୩୫ କି.ଗ୍ରା ଗଂଜେଇ ଜବତ କରିଥିଲା । ତେବେ ସବୁଠୁ ତାଜୁବକର ଘଟଣା ହେଉଛି ଗଂଜେଇ ରଖିବା ଅଭିଯୋଗରେ ଘଟଣାସ୍ଥଳରୁ ଜଣେ ବେପାରୀ ସମେତ ଜଣେ ହୋମଗର୍ଡ ମଧ୍ୟ ଧରାପଡିଥିଲେ ।

ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଅନ୍ୟପଟେ ହୋମଗାର୍ଡ ରମେଶ ବାହୁକ ଓ ଗଂଜେଇ ବ୍ୟବସାୟୀ ଯୋନେଶ ମାଳିକୁ ପୋଲିସ ଗିରଫ କରି କର୍ଟ ଚାଲାଣ କରିଛି । ଏହି ମାମଲାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନା ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.