Latest Odisha News

BREAKING NEWS

ଓ୍ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିବା ଘଟଣା: ସସପେଣ୍ଡ ହେଲେ ଜଙ୍କିଆ ଏଏସ୍ଆଇ

ଭୁବନେଶ୍ୱର: ଓ୍ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିଥିବା ଘଟଣା  । ସସପେଣ୍ଡ ହେଲେ ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି । ଗତକାଲି ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ କୌଣସି ଏକ ମାମଲା ସଂପର୍କରେ ବୁଝିବା ପାଇଁ ଜଙ୍କିଆ ଥାନାକୁ ଯାଇଥିଲା ବେଳେ ଆଇଆଇସି ଥାନାରେ ନଥିଲେ । ନବକିଶୋର ଥାନା ବାହାରକୁ ଆସି ଫୋନରେ କଥା ହେଉଥିବା ସମୟରେ ଥାନା ଦାୟିତ୍ୱରେ ଥିବା ଏଏସ୍ଆଇ ଚିତ୍ତରଞ୍ଜନ ମହାନ୍ତିଙ୍କୁ ତାଙ୍କୁ ଡାକିଥିଲେ । ହେଲେ ସେ ଫୋନରେ କଥା ହେଉଥିବା କାରଣରୁ ଏଏସ୍ଆଇଙ୍କ ଡାକ ଶୁଣି ପାରିନଥିଲେ । ତେଣୁ ଏଏସ୍ଆଇ ନିରଞ୍ଜନ ରାଗିଯାଇ ତାଙ୍କ ଉପରକୁ ଏକ ଟେକା ଫିଙ୍ଗିଥିଲେ, କିନ୍ତୁ ତାହା ନବକିଶୋରଙ୍କ ଦେହରେ ବାଜି ନଥିଲା । ଏହାପରେ ଏଏସ୍ଆଇ ତାଙ୍କ ପାଖକୁ ଯାଇ ନିଧୁମ୍ ମାଡ ମାରିବା ସହିତ ଏକ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଏନେଇ ସେଠାରେ ଉପସ୍ଥିତ ଥିବା ସମିତି ସଭ୍ୟ ଇଶ୍ୱର ମାର୍ଥା ନିଷ୍ଠୁର ଏଏସ୍ଆଇଙ୍କୁ ବିରୋଧ କରିବାରୁ ସେ ତାଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଇ ନଥିଲେ ।

ସ୍ଥାନୀୟ ଲୋକେ ଏହି ଘଟଣାକୁ ନେଇ ଘୋର୍ ନିନ୍ଦା କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନ ତୀବ୍ରତର ହେବାରୁ ସେଠାକାର ଭାରପ୍ରାପ୍ତ ଥାନା ଅଧିକାରିଣୀ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଆଇଆଇସିଙ୍କ ପ୍ରତିଶୃତି କ୍ରମେ ସେମାନଙ୍କୁ ନ୍ୟାୟ ମିଳିବ ଆଶ୍ୱସ୍ତ ହେବା ପରେ ପରିବେଶ ଶାନ୍ତ ପଡ଼ିଥିଲା । ଘଟଣାର ତଦନ୍ତ ପରେ ଖୋର୍ଦ୍ଧା ଏସପି, ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ସସପେଣ୍ଡ କରିଛନ୍ତି  ।

Leave A Reply

Your email address will not be published.