Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା: ନିର୍ଦ୍ଦେଶକଙ୍କ ବିରୋଧରେ ନାରାବାଜି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା । ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି  । ସଫେଇ କର୍ମଚାରୀମାନେ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି କରି ପ୍ରତିବାଦ କରିଛନ୍ତି । ବାରମ୍ବାର ଟେଣ୍ଡର ପରିବର୍ତ୍ତନ କରାଯାଉଛି  । ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ ।

ଏହା ସହ ସଫେଇ କର୍ମଚାରୀଙ୍କୁ ଇପିଏଫ୍,ଇଏସଟିରେ ପଞ୍ଜିକୃତ କରାଇବା, କର୍ମଚାରୀମାନଙ୍କୁ ବିନା ପ୍ରମାଣରେ କାମରୁ ନିବୃତ ନ କରାଇବା, ଦୁର୍ଗା ପୂଜାରେ ବୋନସ ଭଳି ବିଭିନ୍ନ ଦାବୀ ନେଇ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ନୂଆ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ସଫେଇ କର୍ମଚାରୀ ପ୍ରତିବାଦ କରିଛନ୍ତି ।

ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଆନ୍ଦୋଳନ କରିବା ଯୋଗୁଁ ଚିକିତ୍ସାରେ ବାଧା ଉପୁଜୁଛି  । ତେଣୁ ଆମେ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରୁଛୁ ଏବଂ ଯାହା ତାଙ୍କର ମୌଳିକ ଦାବି ଗୁଡିକ ରହିଛି , ସେ ସବୁକୁ ଆମେ ମାନିନେଇଛୁ । ମାତ୍ର ସେମାନେ ଲୋନ ଆକାରରେ ନୂତନ ଟେଣ୍ଡରଧାରୀ କମ୍ପାନୀକୁ ଟଙ୍କା ମାଗୁଛନ୍ତି । ଯେଉଁଟା କି ସମ୍ଭବପର ନୁହେଁ ।  ତେଣୁ ସେମାନେ ଆନ୍ଦୋଳନ କରୁଛନ୍ତି ।

 

Leave A Reply

Your email address will not be published.