Latest Odisha News

BREAKING NEWS

ରାଜ୍ୟ ଆଇନ ସେବା ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ

ଭୁବନେଶ୍ୱର: ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ ହେଲେ OSLSA କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ। ରାଜ୍ୟ ଆଇନ ସେବା ପ୍ରାଧିକରଣର ନୂଆ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟଙ୍କୁ ମନୋନୀତ କରାଯାଇଛି। ଏନେଇ ଆଇନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ସ୍ଥାନରେ ମନୋନୀତ କଲେ ଚିଫ୍ ଜଷ୍ଟିସ୍।

ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କ ଗୁଜରାଟ ହାଇକୋର୍ଟକୁ ହୋଇଛି ବଦଳି। ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି, ଓଡ଼ିଶା ହାଇକୋର୍ଟର ବିଚାରପତି ବିଭୁ ପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (OSLSA)ର ନୂତନ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

OSLSAର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ, ଜଷ୍ଟିସ୍ ରାଉତରାୟ ସମସ୍ତ ଆଇନଗତ ସହାୟତା କାର୍ଯ୍ୟକ୍ରମର ପ୍ରଶାସନିକ ଓ ନୀତିଗତ ଦିଗଗୁଡ଼ିକର ତଦାରଖ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବେ। OSLSA ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କୁ ମାଗଣା ଆଇନଗତ ସହାୟତା ପ୍ରଦାନ କରିଥାଏ, ଲୋକ ଅଦାଲତ ଆୟୋଜନ କରେ, ଆଇନଗତ ସଚେତନତା ପ୍ରସାର କରେ ଏବଂ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ନ୍ୟାୟ ପ୍ରାପ୍ତିକୁ ସୁଗମ କରିଥାଏ।

Comments are closed.