Latest Odisha News

BREAKING NEWS

ଓଡ଼ିଶା ଉପକୂଳରୁ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦବାଲି/ଭଦ୍ରକ: ଉଡ଼ିଶା ଉପକୂଳସ୍ଥିତ ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ନିକଟବର୍ତ୍ତୀ ଡ଼ଃ ଅବଦୁଲ କାଲାମ ଦ୍ୱୀପ (ପୂର୍ବରୁ ଏହା ୱିଲର୍ ଦ୍ୱୀପ ଭାବେ ନାମିତ)ରୁ ରବିବାର ସକାଳେ ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନୀ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ ସହିତ ସଫଳତାର ସହିତ ପରୀକ୍ଷଣ ହୋଇଛି ।

ଭଦ୍ରକ ଜିଲ୍ଲାର ଧାମରା ଓ ଚାନ୍ଦବାଲି ନିକଟବର୍ତ୍ତୀ ଡ଼ଃ ଅବଦୁଲ କାଲାମ ଦ୍ୱୀପ (ପୂର୍ବରୁ ଏହା ୱିଲର୍ ଦ୍ୱୀପ ଭାବେ ନାମିତ)ରୁ ରବିବାର ସକାଳେ ଲଞ୍ଚ୍ ପ୍ୟାଡ଼ ନଂ ୪ରୁ ଏହି ଶକ୍ତିଶାଳୀ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନୀ – ୪ର ସଫଳ ପରୀକ୍ଷଣ ହୋଇଛି ।

ଏହି ପରୀକ୍ଷଣଟି ସକାଳ ୮.୩୦ ସମୟରେ ଅନୁଷ୍ଠିତ ହୋଇଥିଲା ।

ଏହି କ୍ଷେପଣାସ୍ତ୍ରଟିର କ୍ଷମତା ୪୦୦୦ କିମି ଦୂରତା ଏବଂ ଏହା ସପ୍ତମ ଥର ଲାଗି ପରୀକ୍ଷଣ ହୋଇଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ଆଣବିକ କ୍ଷମତା ସମ୍ପନ୍ନ ଏହି ଅଗ୍ନୀ – ୪ କ୍ଷେପଣାସ୍ତ୍ରଟି ୨୦ ମିଟର ଲମ୍ବ ଏବଂ ଏହାର ଓଜନ ୧୭ ଟନ ଓଜନର ମିସାଇଲ୍ ।

ଭାରତୀୟ ପ୍ରତିରକ୍ଷା ବାହିନୀ ଏବଂ ପ୍ରତିରକ୍ଷା ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଅଗ୍ନୀ-୪ କ୍ଷେପଣାସ୍ତ୍ର ର ପରୀକ୍ଷଣ ପରେ ଭାରତୀୟ ପ୍ରତିରକ୍ଷା ସୁଦୃଢ ହୋଇଛି ।

Leave A Reply

Your email address will not be published.