Latest Odisha News

BREAKING NEWS

ଶପଥ ନେଲେ ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି ହୋଇଛନ୍ତି ଜଷ୍ଟିସ ଏସ୍. ମୁରଲୀଧର । ଆଜି ସେ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ହୋଇଥିଲା ସମାରୋହ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥପାଠ କରାଇଥିଲେ । ଜଷ୍ଟିସ୍ ଏସ୍ ମୁରଲୀଧର ହାଇକୋର୍ଟଙ୍କ ୩୨ତମ ମୁଖ୍ୟ ବିଚାରପତି ଭାବରେ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଗୃହ ସଚିବ, ପୋଲିସ୍ ଡିଜି ଅଭୟ ଏବଂ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତିମାନେ ଉପସ୍ଥିତ ଥିଲେ ।
୧୯୬୧ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ଏଶ. ମୁରଲୀଧର । ୟୁନିଭର୍ସିଟି ଅଫ ମାଡ୍ରାସରୁ ଆଇନ ଶିକ୍ଷା ଶେଷ କରିବା ପରେ ୧୯୮୪ରେ ଓକିଲାତି ଜୀବନ ଆରମ୍ଭ କରିଥିଲେ ।

୧୯୮୭ରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାକ୍ଟିସ କରିଥିଲେ । ସୁପ୍ରିମକୋର୍ଟରେ ଆମିକସ କ୍ୟୁରୀ ଭାବେ ଅନେକ ମାମଲାର ପରିଚାଳନା କରିଥିଲେ ଜଷ୍ଟିସ ଏସ୍. ମୁରଲୀଧର । ନାସନାଲ ହ୍ୟୁମାନ ରାଇଟ୍ସ କମିଶନ ଓ ଇଲେକ୍ସନ କମିଶନ ଅଫ ଇଣ୍ଡିଆର କାଉନସେଲ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

୨୦୦୨ରୁ ୨୦୦୬ ମସିହା ଯାଏ ସେ ଥିଲେ ଲ’ କମିଶନ ସଦସ୍ୟ । ୨୦୦୬, ମେ ୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦୨୦, ମାର୍ଚ୍ଚ ୬ ତାରିଖରୁ ଜଷ୍ଟିସ ଏସ୍. ମୁରଲୀଧର ଥିଲେ ପଞ୍ଜାବ ହରିଆନା ହାଇକୋର୍ଟରେ ବିଚାରପତି ।

 

Leave A Reply

Your email address will not be published.