Latest Odisha News

ମୁକ୍ତିଲାଭ କଲା ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’

ଭୁବନେଶ୍ୱର: ନୂଆବର୍ଷରେ ରିଲିଜ ହୋଇଛି ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’ । ଏହାକୁ ଆନୁଷ୍ଠାନିକ ଭାବେ ରିଲିଜ କରିଛନ୍ତି ତରଙ୍ଗ ଚ୍ୟାନେଲର ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର । ଏହି ଅବସରରେ ‘ଜାନିୟା’ର ସମସ୍ତ କଳାକାର ଓ ଟେକ୍ନିସିଆନ ପ୍ରମୁଖ ଉପସ୍ଥିତ ଥିଲେ ।

‘ଜାନିୟା’ର ଲିଡ଼ ରୋଲରେ ଅଛନ୍ତି ସୁଭାଶିଷ ଶର୍ମା (ମଣ୍ଟୁ) ଓ ପୁନମ ମିଶ୍ର । ଏହି ରୋମାଣ୍ଟିକ ଯୋଡି ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ‘ଜାନିୟା’ରେ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଶିଷ୍ଟ କାହାଣୀକାର ଓ ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କୁ ମଧ୍ୟ ଏଥିରେ ଏକ ଅତିଥି ଭୂମିକାରେ ଦେଖିବାକୁ ମିଳିଛି । ତା’ ସହିତ ଖଳନାୟକ ଭୂମିକାରେ ଅଛନ୍ତି ଧାରାବାହିକର ଜଣାଶୁଣା ନିର୍ଦ୍ଦେଶକ ତଥା ‘ସାରା ଆକାଶ’ ଫେମ ଅଭିନେତା ମିହିର ସ୍ୱାଇଁ । ଏକ ସମ୍ପୂର୍ଣ୍ଣ ନୂଆ ଗେଟଅପ ଓ ନୂଆ ଅନ୍ଦାଜରେ ସେ ନଜର ଆସିଛନ୍ତି । ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କ୍ରିଷ୍ଣା କର (କେ. କେ) ଓ ଟିମ୍ । ଓଲିଉଡ଼ର ଲୋକପ୍ରିୟ ଅଭିନେତା କ୍ରିଷ୍ଣା କର ଓରଫ କେ.କେ ଏହି ମ୍ୟୁଜିକାଲ ସର୍ଟ ଫିଲ୍ମ ଜରିଆରେ ପ୍ରଥମ କରି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଉଛନ୍ତି । କାହାଣୀ ଲେଖିଛନ୍ତି ପୁପୁନ । ଡ. ନିର୍ମଳ ନାୟକ ଗୀତ ରଚନା କରିଥିବାବେଳେ ସଙ୍ଗୀତ ଦେଇଛନ୍ତି ସୁଶୀଳ ଦଳେଇ । କ୍ୟାମେରାରେ ଅଛନ୍ତି ଧ୍ରୁବାନନ୍ଦ ପଣ୍ଡା ।

୧୫ ମିନିଟର ଏହି ମ୍ୟୁଜିକାଲ ସର୍ଟ ମୁଭିରେ ଲଭ, ରୋମାନ୍ସ ଏବଂ ଇମୋସନ । କାହାଣୀରେ ନୂତନତ୍ୱ, ବାସ୍ତବ ଅଭିନୟ ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ପ୍ରଯୋଜକ ରାଉତ ବ୍ରଦର୍ସ ଓରଫ ଲିପୁ ବାବୁ ଓ ସିପୁ ବାବୁ ଆଶା ରଖିଛନ୍ତି ।

Leave A Reply

Your email address will not be published.