Latest Odisha News

BREAKING NEWS

ଭାରତରେ ପ୍ରବେଶ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଶକରଗଡରେ ପ୍ରସ୍ତୁତ : ଗୋଇନ୍ଦା ରିପୋର୍ଟ

ଲେହ:ସାମ୍ବା କଠୁଆ ସେକ୍ଟର ସମ୍ମୁଖରେ ଥିବା ଶକରଗଡରେ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଗୋଇନ୍ଦା ବିଭାଗ ସତର୍କ କରାଇଛି । ଫଳରେ ସୀମାରେ ଆଲର୍ଟ ଜାରି କରାଯିବ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆତଙ୍କବାଦୀଙ୍କୁ ଭାରତୀୟ ନକ୍‌ା ସମ୍ପର୍କରେ ଶିକ୍ଷା ଦିଆଯାଉଛି । ସେମାନଙ୍କୁ ଭାରତରେ ଥିବା କେତେକ ବ୍ୟକ୍ତି ସହଯୋଗ କରୁଥିବା ଜଣାପଡିଛି ।

ଗୋଟିଏ ଗ୍ରୁପ ପାଂଠି ଓ ଅସ୍ତ୍ରଶସ୍ତ୍ର ଯୋଗାଡ କରୁଥିବା ବେଳେ ଅନ୍ୟ ଗ୍ରୁପଟି ଆକ୍ରମଣର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ପଞ୍ଜାବ ଏବଂ ଜାମ୍ମୁ-କଶ୍ମୀରରେ ବଡ ଧରଣର ଆକ୍ରମଣ ଲକ୍ଷରେ ସେମାନେ ଅଛନ୍ତି । ଆଇଏସଆଇ ଏବଂ ପାକିସ୍ତାନ ରେଂଜର ସେମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି ।

Leave A Reply

Your email address will not be published.