Latest Odisha News

ଜ୍ୟୋତି ମାଲହୋତ୍ରାଙ୍କ ସହ ଲିଙ୍କ; ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ରାଇଭେଟ୍ କଲେ ଓଡ଼ିଶା ୟୁଟ୍ୟୁବର୍

ପୁରୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ନେଇ ଓଡ଼ିଶା ୟୁଟ୍ୟୁବର୍ ତଥା ଟ୍ରାଭେଲ୍ ଭ୍ଲଗରଙ୍କ ଉପରେ ଏବେ ନଜର ରଖାଯାଇଛି।

ଏନେଇ ତାଙ୍କ ଜେଜେବାପା କହିଛନ୍ତି ଯେ, ‘ଆମ ଝିଅ ଦେଶ ବିରୋଧୀ କାର୍ଯ୍ୟକଳାପରେ ଜଡିତ ନୁହେଁ। ଆମ ପାଇଁ ଭାରତ ପ୍ରଥମେ, ଏବଂ ଝିଅ ଦ୍ୱିତୀୟ। ଯଦି ତଦନ୍ତକାରୀ ସଂସ୍ଥାଗୁଡ଼ିକ ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ପାଆନ୍ତି ତେବେ ସେମାନେ ସବୁଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଯାହାକୁ ଆମେ ସ୍ୱାଗତ କରିବୁ’।

ତେବେ ଜ୍ୟୋତିଙ୍କ ସହ ସମ୍ପର୍କ ଏବଂ କରତାରପୁର କରିଡରକୁ ଯାତ୍ରା ପାଇଁ ଯାଞ୍ଚ କରାଯାଉଛି। ପୂର୍ବରୁ ପୁରୀର ଝିଅ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରି ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ସେମାନେ ୟୁଟ୍ୟୁବରେ ବନ୍ଧୁତା କରିଥିଲି। ତାଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି, ମୁଁ ସେ ବିଷୟରେ ଅଜ୍ଞ ଥିଲି। ଯଦି ମୁଁ ଜାଣିଥାନ୍ତି ଯେ ସେ ଶତ୍ରୁ ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଛନ୍ତି ତେବେ ମୁଁ ତାଙ୍କ ସହିତ ଯୋଗାଯୋଗ କରିନଥାନ୍ତି। ଯଦି କୌଣସି ତଦନ୍ତକାରୀ ସଂସ୍ଥା ଜେରା କରିବାକୁ ଚାହେଁ, ତେବେ ମୁଁ ପୂର୍ଣ୍ଣ ସହଯୋଗ କରିବି। ରାଷ୍ଟ୍ର ସର୍ବୋପରି। ଜୟ ହିନ୍ଦ।”

 

Comments are closed.