Latest Odisha News

ଶିକ୍ଷକ ନିଯୁକ୍ତି ଦାବି କରି ୪ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ବାରିପଦା: ୩୦୦ ପିଲାଙ୍କ ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ । ଯାହାର ପ୍ରତିବାଦ କରି ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ।

ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲର ଛାତ୍ରଛାତ୍ରୀ ବହୁ ଦିନ ଧରି ଶିକ୍ଷକ ନିଯୁକ୍ତି ଦାବି କରି ଆସୁଛନ୍ତି । ସ୍କୁଲରେ ୩୩୯ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷାଦାନ ପାଇଁ ରହିଛନ୍ତି ମାତ୍ର ୩ ଜଣ ଶିକ୍ଷକ । ଫଳରେ ଶିକ୍ଷକ ପାଠ୍ୟକ୍ରମ ସାରି ପାରୁ ନାହାନ୍ତି ।

ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତାରେ ରହିଥିବା ବେଳେ ଜୁଲାଇ ୨୮ରେ ଫର୍ମେଟିଭ୍ ଆସେସମେଣ୍ଟ ୧ ପରୀକ୍ଷା ରହିଛି । କିନ୍ତୁ ଏଯାଏ ପାଠ ଅଧା ପଢ଼ା ସରିନି । ଦୀର୍ଘ ଦିନ ଧରି ଶିକ୍ଷକ ନିଯୁକ୍ତି ନେଇ ଦାବି ହେଉଥିବା ବେଳେ କେହି ଶୁଣୁ ନାହାନ୍ତି ।

ଅନୁରୋଧ ଓ ଧୈର୍ଯ୍ୟର ସବୁ ସୀମା ଟପିବା ପରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବାକୁ ବାହାରିଥିଲେ । ଖବର ପାଇ ଡେପୁଟି କଲେକ୍ଟର ଓ ତହସଲିଦାର ଅଧା ରାସ୍ତାରେ ଛାତ୍ରଛାତ୍ରୀଙ୍କୁ ଅଟକାଇବା ସହ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.