Latest Odisha News

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ନାଏକ, କଥା କହିବା ଆରମ୍ଭ କଲେଣି

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଏବେ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ଏମ୍ସରେ ପ୍ରଦୀପ୍ତ ନାଏକଙ୍କ ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରେ ରଖି ଚିକିତ୍ସା କରାଯାଉଛି । ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି ।

ଏପ୍ରିଲ ୧୯ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ ପ୍ରଦୀପ୍ତ ନାଏକ । ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । କ୍ୱାରେଣ୍ଟାଇନରେ ରହିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା । ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ପ୍ରଦୀପ୍ତ ନାଏକ । ଗତ ୨୦ ଦିନରୁ ଅଧିକ ଦିନ ହେବ ଭେଣ୍ଟିଲେଟରରେ ଥିଲେ । ଏବେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।

ପୂର୍ବରୁ ତାଙ୍କ ପତ୍ନୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସେହିପରି ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡାକ୍ତରଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମ୍ସ ନିର୍ଦ୍ଦେଶିକା ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.