Latest Odisha News

BREAKING NEWS

ଦିଲ୍ଲୀରେ କମାଲ ଦେଖାଇଲେ କଳାହାଣ୍ଡିର ବୋହୂ

ଭବାନୀପାଟଣା : ଓଡ଼ିଶା କଳାହାଣ୍ଡିର ବୋହୂଙ୍କ କମାଲ । ନୂଆଦିଲ୍ଲୀରେ ଦିକେ ପ୍ରେଜେଣ୍ଟସ ଦ୍ୱାରା ଆୟୋଜିତ ପ୍ରାଇଡ଼ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜର କମାଲ ଦେଖାଇଛନ୍ତି । ସେ ରାଇଜିଂ ଷ୍ଟାର ବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ସେ ହେଲେ ଭବାନୀପାଟଣା ସହରର ପି.ଲକ୍ଷ୍ମୀ । ତାଙ୍କର ଏହି ସଫଳତା ନେଇ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

୧୯୮୪ରେ ଭବାନୀପାଟଣା ମନ୍ଦାରବଗିଚା ପଡ଼ାରେ ଜନ୍ମ ହୋଇଥିଲେ ପି.ଲକ୍ଷ୍ମୀ । ପରେ ଭବାନୀପାଟଣା ଦର୍ପଣସାଗର ପଡ଼ାର ପି. ଗୌରୀ ଶଙ୍କର ଆଚାରୀଙ୍କୁ ବିବାହ କରିଥିଲେ । ଛୋଟବେଳୁ ସେ ଅଭିନେତ୍ରୀ ହେବାର ଇଚ୍ଛା ଥିଲେ ବି କମ ବୟସରେ ବିବାହ ହେଇଥିବାରୁ ତାଙ୍କ ସ୍ୱପ୍ନ ପୂରଣ କରିପାରି ନ ଥିଲେ ।

ବର୍ତ୍ତମାନ ସ୍ୱାମୀ ଓ ଦୁଇ ପୁଅ ଝିଅଙ୍କଠାରୁ ପ୍ରେରଣା ପାଇ ସେ ପୁଣିଥରେ ୟୁଟ୍ୟୁବରେ ଲକ୍ଷ୍ମୀ କିଚେନ ନାମରେ ଏକ ଚ୍ୟାନେଲ ଖୋଲି ନିଜ ରୋଷେଇ ଭିଡିଓ ଅପଲୋଡ଼ କରୁଛନ୍ତି । ପରେ ଇନଷ୍ଟାଗ୍ରାମରେ ବିଭିନ୍ନ ପ୍ରକାର ରିଲ ତିଆରି କରି ଅପଲୋଡ କରିଥିଲେ । ସେଠାରୁ ସେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବେଦନ କରି ଚୟନ ହୋଇଥିଲେ । ପରେ ଦିଲ୍ଲୀ ଯାଇ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.