Latest Odisha News

BREAKING NEWS

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ପକ୍ଷରୁ ବରିଷ୍ଠ ନାଗରିକ ହେଲ୍ପ ଲାଇନ୍ ଆରମ୍ଭ

ଭୁବନେଶ୍ଵର: କଳିଙ୍ଗ ହସ୍ପିଟାଲ ଲିମିଟେଡ (କେଏଚଏଲ) ଭୁବନେଶ୍ୱରରେ ବରିଷ୍ଠ ନାଗରିକ (ଗୋଲ୍ଡେନ ଜେନେରସନ ) ହେଲ୍ପଲାଇନ ନମ୍ବର 18005725000 ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ବରିଷ୍ଠ ନାଗରିକ ସଙ୍ଘର ଶହରୁ ଅଧିକ ବରିଷ୍ଠ ନାଗରିକ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଳିଙ୍ଗ ହସ୍ପିଟାଲ ଲିମିଟେଡର ଚେୟାରମ୍ୟାନ୍ ଡଃ ସୀତାକାନ୍ତ ଦାଶଙ୍କ ସହ କଳିଙ୍ଗ ହସ୍ପିଟାଲ ଲିମିଟେଡଲର ନିର୍ଦ୍ଦେଶକ ଜେକେ ରାଜେଶ ଦାଶ ଓ  ପରିଚାଳନା ନିର୍ଦ୍ଦେଶକ ନିଲାଞ୍ଜନା ମୁଖେର୍ଜୀ  ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

ପୋଲିସ କମିଶନର ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ସ୍ଵତନ୍ତ୍ର ସେବା ଆରମ୍ଭ କରିଥିବାରୁ କଳିଙ୍ଗ ହସ୍ପିଟାଲ ଲିମିଟେଡ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ଏହି ସମର୍ପିତ ହେଲ୍ପ ଡେସ୍କ ସହାୟତା ଏହି ଅଞ୍ଚଳର ବୟସ୍କ ନାଗରିକଙ୍କ ପାଇଁ ପ୍ରକୃତ ସହାୟତା ହେବ । ଗୋଲ୍ଡେନ୍ ଜେନେରେସନ୍ ହେଲ୍ପ ଲାଇନ୍ ବୃଦ୍ଧବୃଦ୍ଧାଙ୍କୁ ଆବଶ୍ୟକ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ କରିବାରେ ସହାୟକହେବ ।ଏହା ସହିତ କଳିଙ୍ଗ ହସ୍ପିଟାଲ ଲିମିଟେଡ ଖୁବଶୀଘ୍ର ଅଙ୍କୋଲୋଜି (କ୍ୟାନ୍ସର ସେବା) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରୁଛି ବୋଲି କହିଛନ୍ତି ଅଧ୍ୟକ୍ଷ ଡାକ୍ତର ସୀତକଣ୍ଠ ଦାସ୍ ।

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (କେଏଚ୍ଏଲ୍) ଓଡ଼ିଶା ରାଜ୍ୟର ପ୍ରଥମ କର୍ପୋରେଟ୍ ହସ୍ପିଟା ଲ୍ଏବଂ ୩୦  ବର୍ଷରୁ ଅଧିକ ସମୟ ଧରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି । ଏହି ହେଲ୍ପ ଲାଇନ୍ ୨୪*7 କାର୍ଯ୍ୟ କରିବ । ଏଥିରେ ପେସାଦାର ତାଲିମପ୍ରାପ୍ତ କର୍ମଚାରୀଙ୍କୁ ସାମିଲ୍ କରାଯାଇଛି ।ଏହି ହେଲ୍ପ ଲାଇନ୍ ଦ୍ୱାରା ବୟସ୍କ ବ୍ୟକ୍ତିମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଜରୁରୀ କାଳୀନ ପରିସ୍ଥିତିର ସମାଧାନ କରାଯିବ ।

ଏହା ସହିତ ଡାକ୍ତରୀ ଦଳ ତଥା ଅନ୍ୟାନ୍ୟ ସହଯୋଗୀମାନେ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଏବଂ ଚିକିତ୍ସା ସହାୟତା ମଧ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି କଳିଙ୍ଗ ହସ୍ପିଟାଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନିଲାଞ୍ଜନା ମୁଖେର୍ଜୀ ।

Leave A Reply

Your email address will not be published.