ଯାଜପୁର: ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଇସ୍ପାତ ଅନୁଷ୍ଠାନ ।ପ୍ରତିଷ୍ଠା ହେବ ୩୬ ଟି ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କାରଖାନା। ଏନେଇ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ। ଷ୍ଟିଲ୍ ଇଣ୍ଡଷ୍ଟ୍ରିଜର ଆନୁସଂଗିକ କାରଖାନା କଳିଙ୍ଗ ନଗରରେ ପ୍ରତିଷ୍ଟା ହେବା ଦ୍ୱାରା କାମ ପାଇଁ ବାହାରକୁ ଯାଉଥିବା ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ରୋଜଗାର ମିଳିପାରିବ। ଯଥାଶୀଘ୍ର କାରଖାନା ଗୁଡିକର ଶୁଭାରମ୍ଭ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଓ IDCOକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପ୍ରସ୍ତାବ ଦେଇଛନ୍ତି । ଏ ନେଇ ଗତକାଲି କଳିଙ୍ଗନଗର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କ ସମେତ IDCO ର ମୁଖ୍ୟ ମହା ପ୍ରବନ୍ଧକ, ଯାଜପୁର ଜିଲ୍ଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ.ପି ଓ ଅନ୍ୟ ଉଚ୍ଚ ପଦାଧିକାରୀମାନେ ସାମିଲ ହୋଇଥିଲେ। ଏହି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଓଳିଆ ପଞ୍ଚାୟତର ୨୫ଏକର ଜମିରେ ସ୍କୁଲ,ମାର୍କେଟ,ମେଡିକାଲ ଓ ପାର୍କ ଓ ବିସ୍ଥାପିତ କଲୋନୀ ପ୍ରତିଷ୍ଠା କରାଯିବ। ବ୍ରାହ୍ମଣୀ ନଦୀରେ ଆନିକଟ୍ ନିର୍ମାଣ କରି କାରଖାନାକୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଦୁର୍ଘଟଣାରୁ ବର୍ତ୍ତିବା ଲାଗି ପ୍ରଥମେ ପାର୍କିଂ ୟାର୍ଡ ନିର୍ମାଣ କରାଯିବ। ଏଥିସହିତ CSR ଅର୍ଥ କେବଳ କଳିଙ୍ଗ ନଗରର ପାରିପାର୍ଶ୍ୱିକ ବିକାଶ ଲାଗି ଖର୍ଚ୍ଚ କରାଯାଉ ବୋଲି ବିଧାୟକ ପ୍ରସ୍ତାବ ଦେଇଥିଲେ। ତେବେ କଳିଙ୍ଗନଗର ଏହି ୩୬ ଟି ନୂଆ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଆରମ୍ଭ ହେବା ପୂର୍ବରୁ ବିସ୍ଥାପିତ ମାନଙ୍କୁ ସଠିକ ଭାବେ ଥଇଥାନ କରିବା ପାଇଁ ବିଧାୟକ ଦାବି କରିଛନ୍ତି।
BREAKING NEWS
- ଦିଲ୍ଲୀରେ ଦୁଇ ମହଲା କୋଠା ଭୁଶୁଡି ଜଣେ ଶିଶୁ ସମେତ ୨ ମୃତ
- IPLରୁ ଅବସର ନେଲେ ଧୋନି, ୨୦୨୭ ଯାଏଁ ରହିବେ…
- ଦକ୍ଷିଣ ଗୋପାଳପୁରରୁ ୭୯୦ କିମି. ଦୂରରେ ବାତ୍ୟା ‘Akvan’
- All Party Meet: କାଲିଠୁ ଆରମ୍ଭ ବିଧାନସଭା, ସବୁଦଳର ସହଯୋଗ ଲୋଡିଲେ ବାଚସ୍ପତି, ବାତ୍ୟା-ବନ୍ୟା ପ୍ରସଙ୍ଗରେ ଉଷ୍ମ ହେବ ଶୀତ ଅଧିବେଶନ
- ‘Remembering Humane Sagar’ ସ୍ୱର ନୀରବ, ଗୀତ ଆଜିବି ଗୁଂଜରିତ: ସ୍ମୃତିପଟରେ ଏବେବି ଜୀବିତ ହ୍ୟୁମାନ
- ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ତିଆରି ହେଉଥିବା ଅଭିଯୋଗ: ପୁରୀର ବିଭିନ୍ନ ଖଜା ଭାଟି ଉପରେ ଚଢ଼ାଉ
- ପୁରୀରେ ମାତିଛନ୍ତି ନକଲି ଗୁମାସ୍ତା, ୩୦ଦିନରେ ବନ୍ଧାହେଲେଣି ୩୦ ଠକ
- କଟକରେ ୩ଟି ବୋମାମାଡ଼, ଭୟଭୀତ ଲୋକେ
- Sheesh Mahal Opens: ଜନତାଙ୍କ ପାଇଁ ଖୋଲିବ କେଜ୍ରିଓ୍ବାଲଙ୍କ ବିବାଦିତ ‘ଶିଶମହଲ’! ଆସନ୍ତା ସପ୍ତାହରୁ ବୁଲିପାରିବେ ଲୋକେ, ଅନଲାଇନ୍ରେ ହେବ ବୁକିଂ
- ବନ୍ୟଜନ୍ତୁ ଶିକାର ଯୋଜନା ଫେଲ: ୪ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
Comments are closed.