Latest Odisha News

BREAKING NEWS

ଏହି ତାରିଖରେ ରିଲିଜ ହେବ ‘କଳକୀ ୨୮୯୮ ଏଡି’: ଜାଣନ୍ତୁ ତାରିଖ…

ମୁମ୍ବାଇ: ସାମ୍ନାକୁ ଆସିଲା ‘କଳକୀ ୨୮୯୮ ଏଡି’ ର ରିଲିଜ ତାରିଖ । ବାହୁବଳୀ ଫେମ୍ ପ୍ରଭାସଙ୍କ ଅଭିନୀତ କଳକୀ ୨୮୯୮ ଏଡି ଚଳଚ୍ଚିତ୍ର ଆସନ୍ତା ଜୁନ୍ ୨୭ ତାରିଖରେ ମୁକ୍ତିଲାଭ କରିବ । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପୂର୍ବରୁ ମେ ୯ ରେ ରିଲିଜ ହେବାର ଥିଲା । ତାରିଖ ଘୋଷଣା ସହିତ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଦ୍ୱାରା ଅଭିନୀତ ଚରିତ୍ରଗୁଡ଼ିକର ନୂତନ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା । ନୂତନ ରିଲିଜ ତାରିଖ ସହ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ନୂତନ ପୋଷ୍ଟର ମଧ୍ୟ ରିଲିଜ ହୋଇଛି ।

ଗତ ଏପ୍ରିଲ ୨୨ ତାରିଖରେ ‘କଳକୀ ୨୮୯୮ ଏଡି’ର ଏକ ନୂଆ ଟିଜର୍ ରିଲିଜ ହୋଇଥିଲା । ସାମ୍ନାକୁ ଆସିଥିବା ଭିଡିଓରେ ଅମିତାଭ ବଚ୍ଚନଙ୍କ ଚେହେରା ସାମ୍ନାକୁ ଆସିଥିଲା । ଏହି ଭିଡିଓକୁ ଦେଖିବା ପରେ ପ୍ରଂଶସକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ନାଗ ଅଶ୍ୱିନ୍ ନିର୍ଦ୍ଦେଶିତ ‘କଳକୀ 2898AD’ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । ଯେଉଁଥିରେ ପ୍ରଭାସ ପରଦାରେ ଭଗବାନଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରକୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି। ଏହି ଚଳଚ୍ଚିତ୍ରଟି ହେଉଛି ଭାରତରେ ନିର୍ମିତ ପ୍ରଥମ ସାଇନ୍ସ ଫିକ୍ସନ ମୁଭି । ଏହି ଫିଲ୍ମରେ ପ୍ରଭାସ, ଅମିତାଭ ବଚ୍ଚନ, କମଲ ହାସନ, ଦୀପିକା ପାଦୁକୋନ ଅନେକ ପ୍ରମୁଖ ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.