Latest Odisha News

BREAKING NEWS

ଗଞ୍ଜେଇ ଗଛ କାଟିଲେ କନ୍ଧମାଳ ଏସ୍‌ପି

ଫୁଲବାଣୀ: ହାତରେ କଟର ଧରି ଗଞ୍ଜେଇ ଗଛ କାଟିଲେ କନ୍ଧମାଳ ଏସ୍‌ପି। ଗତକାଲି କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଖୋଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି। ରବିବାର କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୋତିଙ୍ଗିଆ ଗାଁ ଜଙ୍ଗଲରେ ଚଢ଼ଉ ହୋଇଥିଲା। ଏହାପରେ ୧୩୦ ଏକର ଜାଗାରୁ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.