Latest Odisha News

BREAKING NEWS

କାହା ଦଖଲକୁ ଯିବ ବାଲେଶ୍ୱର ଓ ତିର୍ତ୍ତୋଲ? କାଲି ଉପନିର୍ବାଚନ ଗଣତି

ଭୁବନେଶ୍ୱର: ସରଛି ଉପନିର୍ବାଚନ ଭୋଟ । ଏବେ ସମସ୍ତଙ୍କ ନଜର କାହା ଦଖଲକୁ ଯିବ ବାଲେଶ୍ୱର ସଦର ଓ ତର୍ତ୍ତୋଲ ଉପନିର୍ବାଚନ । କିଏ ମାରିବ ଏ ଦୁଇଟି ଆସନରେ ବାଜି । କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ । କିଏ ବସିବ ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ । ଏନେଇ ସମସ୍ତ ମନରେ ଏବେ ଏଭଳି କିଛି ପ୍ରଶ୍ନ ରହିଛି । ଆସନ୍ତାକାଲି ଏହି ପ୍ରଶ୍ନର ଉତ୍ତର ମିଳିବ । ସ୍ପଷ୍ଟ ହେବ ଚିତ୍ର ।

ଆସନ୍ତାକାଲି ଏହି ଦୁଇଟି ଆସନ ପାଇଁ ସକାଳ ୮ଟାରୁ ଭୋଟଗଣତି ହେବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି । ତିର୍ତ୍ତୋଲ ଆସନର ଭୋଟଗଣତି ଏସଭିଏମ କଲେଜରେ ହେବ । ଇଭିଏମ ଭୋଟଗଣତି ପାଇଁ ଦୁଇଟି ହଲର ବ୍ୟବସ୍ଥା ହୋଇଥିବାବେଳେ ପୋଷ୍ଟାଲ ବାଲଟ ପାଇଁ ଗୋଟିଏ ହଲର ବ୍ୟବସ୍ଥା ହୋଇଛି । ଇଭିଏମ ଭୋଟଗଣତି ପାଇଁ ୧୪ଟି ଟେବୁଲ ଓ ପୋଷ୍ଟାଲ ବାଲଟ ନିମନ୍ତେ ୨ଟି ଟେବୁଲର ବ୍ୟବସ୍ଥା ହୋଇଛି । ସେହିଭଳି ବାଲେଶ୍ୱର ସଦର ପାଇଁ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ଗଣତି ହେବ। ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.