Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ କୃଷି ବିଲ୍‌ ପ୍ରତ୍ୟାହାର ନିଷ୍ପତ୍ତିକୁ କଡା ନିନ୍ଦା କଲେ କଙ୍ଗନା; କହିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ଅଭିନେତ୍ରୀ କଙ୍ଗନା ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି। କୃଷି ଆଇନର ପ୍ରତ୍ୟାବର୍ତ୍ତନକୁ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି କଙ୍ଗନା। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି ଯାହା ଏକ ବର୍ଷରୁ ଅଧିକ ସମୟ ଧରି ବିବାଦରେ ରହିଆସିଛି। ଏଥିପାଇଁ ସଂସଦର ଆଗାମୀ ଅଧିବେଶନରେ ଏହି ବିଲ୍ ଅଣାଯିବ।

କଙ୍ଗନା ରାନାୱତ କହିଛନ୍ତି ଯେ ଯଦି ରାସ୍ତାର ଲୋକମାନେ ସଂସଦରେ ନିର୍ବାଚିତ ସରକାରଙ୍କ ବଦଳରେ ଆଇନ ପ୍ରଣୟନ କରିବା ଆରମ୍ଭ କରନ୍ତି ତେବେ ଏହା ଏକ ଜିହାଦୀ ରାଷ୍ଟ୍ର। ଯେଉଁମାନେ ଏହା ଚାହୁଁଛନ୍ତି ସେମାନଙ୍କୁ ଅଭିନନ୍ଦନ।

Leave A Reply

Your email address will not be published.