Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ: ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୩ତମ ଜନ୍ମଦିନ  । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି  । ବଲିଉଡ ତାରକା ମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ପଠାଉଛନ୍ତି । କଙ୍ଗନା ରାନାୱତ, ଅନୁପମ ଖେର, ପରେଶ ରାୱଲ, ଟାଇଗର ଶ୍ରଫ ଏବଂ ରିତିଶ ଦେଶମୁଖଙ୍କ ସମେତ ଅନେକ ବଡ ତାରକା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମରେ ପିଏମ ମୋଦିଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି ଦୁନିଆରେ ସବୁଠାରୁ ଅଧିକ ଭଲପାଉଥିବା ନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା  । ରାଜକୁମାର ରାଓ ମଧ୍ୟ ମୋଦିଙ୍କ ସହ ତାଙ୍କର ଏକ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଜି-୨୦ର ସଫଳତା ପାଇଁ ଅନେକ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଅନୁପମ ଖେର ମଧ୍ୟ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରି ଉତ୍ସର୍ଗୀକୃତ ଏବଂ କଠିନ ପରିଶ୍ରମ ସହିତ ଆମ ଭାରତର ନେତୃତ୍ୱ ଜାରି ରଖନ୍ତୁ ବୋଲି କହିଛନ୍ତି ।

Leave A Reply

Your email address will not be published.