ନୂଆଦିଲ୍ଲୀ: ଜାଭେଦ ଅଖତରଙ୍କ ଦ୍ବାରା କରାଯାଇଥିବା ମାନହାନି ମକଦ୍ଦମାରେ ହାଜର ଉପସ୍ଥିତ ରହିବାକୁ ମନା କରିନେଲେ କଙ୍ଗନା। କୋର୍ଟରେ ଶୁଣାଣି ବେଳେ କଙ୍ଗନା ବ୍ୟକ୍ତିଗତ ଭାବେ ଏକ ଆବେଦନ କରିଥିଲେ।
ଏହି ଆବେଦନରେ ଦର୍ଶାଯାଇଛି ଯେ ବ୍ୟସ୍ତତା ଯୋଗୁ କଙ୍ଗନା ଏହି ଶୁଣାଣିରେ ହାଜର ହୋଇପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶୁଣାଣି ପାଇଁ ଶାରୀରିକ ଭାବେ ହାଜର ହେବା କଷ୍ଟସାଧ୍ୟ ହେଉଛି।
ଜାଭେଦ ଅଖତରଙ୍କ ଓକିଲ ଏହି ଆବେଦନକୁ ବିରୋଧ କରିଥିଲେ। ତେବେ, ମହାମାରୀ ନିୟମ ଯୋଗୁ କୋର୍ଟ କୌଣସି ବ୍ୟକ୍ତିଙ୍କ ହାଜର ନହେବା ଉପରେ କୌଣସି ପ୍ରତିକୂଳ ଆଦେଶ ଦେଇ ପାରିବେ ନାହିଁ।
Comments are closed.