Latest Odisha News

BREAKING NEWS

ଓଟିଟିରେ ଡେବ୍ୟୁ କରିବେ କଙ୍ଗନା

ମୁମ୍ବାଇ: ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ କଙ୍ଗନା। ଆମେରିକାର ରିୟାଲିଟି ସୋ, ଟେମ୍ପ୍‌ଟେସନ୍‌ ଆଇଲ୍ୟାଣ୍ଡର ହିନ୍ଦୀ ଆଡାପ୍ଟେସନ୍‌ରେ ନଜର ଆସିବେ। ଏଥିପାଇଁ କଙ୍ଗନା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି।ଏହି ଶୋ’କୁ ହୋଷ୍ଟ କରିବେ କଙ୍ଗନା।

ଖୁବ୍‌ ଶୀଘ୍ର ଏହି ଶୋର ସୁଟିଂ ଆରମ୍ଭ କରିବେ ବୋଲି କହିଛନ୍ତି କଙ୍ଗନା। ତେବେ କଙ୍ଗନାଙ୍କ ଅଭିନୀତ ଫିଲ୍ମ ଥାଲାଇଭି ଏଯାଏ ରିଲିଜ ହୋଇନାହିଁ। କରୋନା ଦ୍ୱିତୀୟ ତରଙ୍ଗ ଯୋଗୁଁ ଫିଲ୍ମର ରିଲିଜ୍ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ନୂଆ ରିଲିଜ ଡେଟ୍‌ ନିର୍ମାତାଙ୍କ ଦ୍ବାରା ଏଯାଏ ଘୋଷଣା କରାଯାଇନାହିଁ।

ନିକଟରେ କଙ୍ଗନାଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ନୱାଜୁଦ୍ଦିନ ସିଦ୍ଦିକି। ତାଙ୍କ ଆଗାମୀ ପ୍ରୋଜେକ୍ଟ ‘ଟିକୁ ୱେଡ୍ସ ଶେରୁ’ରେ ନୱାଜୁଦ୍ଦିନଙ୍କୁ ଦେଖିବାକୁ ମିଳିବ।

Comments are closed.