Latest Odisha News

କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା; ତରୁଣଙ୍କ ପାଇଁ ପ୍ରଚାର କରିବେ କହ୍ନୖେୟା କୁମାର

ଭୁବନେଶ୍ୱର:  ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ଏବେ ଯୁଦ୍ଧ ପାଇଁ ମୈଦାନ ପ୍ରସ୍ତୁତ । ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି ତିନି ପ୍ରମୁଖ ରାଜନୖେତିକ ଦଳ । ପ୍ରଚାର ପାଇଁ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି ।

ଉପନିର୍ବାଚନରେ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । ତରୁଣଙ୍କ ପାଇଁ ପ୍ରଚାର କରିବାକୁ ଆସିବେ ୪୦ ଜଣ ତାରକା ପ୍ରଚାରକ । ତେବେ ତାଲିକାର ମୁଖ୍ୟ ଆକର୍ଷଣ ହେଉଛନ୍ତି କହ୍ନୈୟା କୁମାର । ତରୁଣଙ୍କ ପାଇଁ ପ୍ରଚାର କରିବେ ଏଆଇସିସିର କେନ୍ଦ୍ରୀୟ ନେତା କହ୍ନୈୟା କୁମାର ।

ଅନ୍ୟ ବରିଷ୍ଠ ଷ୍ଟାର ପ୍ରଚାରକ ହେଲେ-

*ଓଡ଼ିଶା ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ସାଂସଦ ଡଃ ଏ. ଚେଲା କୁମାର

*ପି.ସି.ସି. ସଭାପତି ଶରତ ପଟ୍ଟନାୟକ

*କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ

*କଂଗ୍ରେସ ଦଳର ବିଧାୟକ ନେତା ନରସିଂହ ମିଶ୍ର

*ପୂର୍ବତନ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ,

*ଜୟଦେବ ଜେନା

*ପ୍ରସାଦ ହରିଚନ୍ଦନ

ଏମାନଙ୍କ ବ୍ୟତୀତ ସାଂସଦ ସପ୍ତଗିରୀ ଉଲ୍ଲକା, ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ଏ.ଆଇ.ସି.ସି. ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି, ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ସୁଶିଲା ତିରିଆ, ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଟିର ଜେନା, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ,  ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋସ ସିଂ ସାଲୁଜା, ତାରା ପ୍ରସାଦ ବାହିନପତି, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ସି.ଏସ୍‌. ରାଜନ ଏକା ପ୍ରମୁଖ ମଧ୍ୟ ରହିଛନ୍ତି ।

ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ସି.ସି. ମହିଳା ସମ୍ପାଦକ ସସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସର ସଭାନେତ୍ରୀ  ବନ୍ଦିତା ପରିଡ଼ା, ଛାତ୍ର ସଭାପତି ୟାଶିର ନୱାଜ, ଯୁବ କଂଗ୍ରେସ ସଭାପତି  ସ୍ମୁତିରଞ୍ଜନ ଲେଙ୍କା, ଅନୁସୂଚିତ ଜାତି ଅଧ୍ୟକ୍ଷ   ବାଙ୍କନିଧି ବେହେରା, ସଂଖ୍ୟାଲଘୁ ଅଧ୍ୟକ୍ଷ  ଜିୟା ଉଲ୍ଲ ହକ୍‌, କିଷାନ ସେଲ୍‌ର ଅଧ୍ୟକ୍ଷ  ଅମୀୟ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର  ଅମୀୟ ପାଣ୍ଡବ, ଅମିତା ବିଶ୍ୱାଳ ଓ ମହେନ୍ଦ୍ର ନାୟକ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ମଧ୍ୟ ରହିଛନ୍ତି ।

ଏହି ପ୍ରଚାରକମାନେ ଚଳିତ ମାସ ଅପ୍ରିଲ ୨୫ ତାରିଖରୁ ମଇ ୮ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଉପସ୍ଥିତ ରହି କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣ୍ଡେଙ୍କ ସପକ୍ଷରେ ପ୍ରଚାର କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ଜଣାଇଛନ୍ତି ।

Leave A Reply

Your email address will not be published.