Latest Odisha News

BREAKING NEWS

କେଜରିୱାଲ ଜିତୁଛନ୍ତି କି ନାହିଁ ଦେଖ : କପିଳ ମିଶ୍ର

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ପ୍ରାୟ ସମସ୍ତ ଏକଜିଟ ପୋଲରେ ଆମ ଅଦମୀ ପାର୍ଟି ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ତେବେ ବିଜେପି ନେତା କିନ୍ତୁ ଦୃଢ଼ତା ସହକାରେ ସରକାର ଗଠନ କରିବେ ବୋଲି ଦାବୀ କରୁଛନ୍ତି ।

ବିଜେପି ନେତା କପିଳ ମିଶ୍ର ସୋମବାର କହିଛନ୍ତି ଆପଣମାନେ ଦେଖନ୍ତୁ ଅରବିନ୍ଦ କେଜରିୱାଲ ଜିତୁଛନ୍ତି କି ନାହିଁ । ଫଳାଫଳ ନେଇ ଆପଣମାନେ ଆଶ୍ଚର୍ଯ୍ୟ ହେବା ଜରୁରୀ ନୁହେଁ । ପୂର୍ବରୁ ମନୋଜ ତିୱାରୀ, ଗିରିରାଜ ସିଂ ଓ ଅମିତ ଶାହ ମଧ୍ୟ ଦଳ ସରକାର ଗଠନ କରିବ ବୋଲି କହିଛନ୍ତି ।

Leave A Reply

Your email address will not be published.