Latest Odisha News

BREAKING NEWS

ଏମକେସିଜି ମେଡିକାଲରେ ସ୍ଥାପନ ହେବ ବର୍ଣ୍ଣ ୟୁନିଟ: ମନ୍ତ୍ରୀ

ଭୁବନେଶ୍ୱର/କଟକ: ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଏକ ବର୍ଣ୍ଣ ୟୁନିଟ୍ ସ୍ଥାପନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଗତ ରବିବାର ଦିନ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାୟ ୧୦ ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏନେଇ ସୋମବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଉକ୍ତ ଦୁର୍ଘଟଣାରେ ଗଭୀର ଭାବେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଏସସିବି ମେଡିକାଲକୁ ପଠାଇ ଦିଆଯାଇଛି । ଯେହେତୁ ଏମକେସିଜି ମେଡିକାଲ କଲେଜରେ ବର୍ଣ୍ଣ ୟୁନିଟର ବ୍ୟବସ୍ଥା ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଖୁବଶୀଘ୍ର ବର୍ଣ୍ଣ ୟୁନିଟ୍ ସ୍ଥାପନ କରାଯିବ”।

ଆହୁରି ମଧ୍ୟ ଏସସିବିର ଆପାତକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇ କହିଛନ୍ତି ଯେ “ଉକ୍ତ ରୋଗୀଙ୍କ ବ୍ୟବସ୍ଥା ଗମ୍ଭୀର ରହିଛି । ଆମେ ଏହି ରୋଗୀଙ୍କ ଲାଗି ଆଇସିୟୁରେ ୬ଟି ବେଡର ବ୍ୟବସ୍ଥା କରିଛୁ । ଯଦି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୁଏ, ତାହେଲେ ସେମାନଙ୍କୁ ଭର୍ତ୍ତି କରାଯିବ” ।

Leave A Reply

Your email address will not be published.