Latest Odisha News

BREAKING NEWS

ମହାନଦୀରେ ବେଧଡ଼କ ଭାବେ ଚାଲିଛି ବାଲିଉଠାଣ; ଲିଜ କଟାଯାଇ ବାଲିଉଠାଉଛନ୍ତି ସରପଂଚ, ତହସିଲଦାର କହୁଛନ୍ତି ଲିଜ କଟାଯାଇ ନାହିଁ

କୁଜଙ୍ଗ: ଛୁଟିଦିନରେ ମହାନଦୀରୁ ବାଲିଉଠାଯାଉଛି । ସରପଂଚଙ୍କ ଜେସିବି ଏବଂ ଟ୍ରାକ୍ଟର ଜରିଆରେ ଏହା କରାଯାଉଛି । ପଚାରିବାରୁ ସରକାରୀଭାବେ ଅଇନ ଅନୁଯାୟୀଲିଜ କଟାଯାଇ ବାଲି ଉଠାଯାଉଥିବା କୁହାଯାଉଛି । ମାତ୍ର ତହସିଲଦାରଙ୍କୁ ଏନେଇ ପଚାରିବାରୁ କୌଣସି ଲିଜ କଟାଯାଇ ନଥିବା କହିଛନ୍ତି । ଏହିପରିଭାବେ ଗତକିଛିଦିନ ହେବ କେବଳ ସରକାରୀ ଛୁଟଇଦିନ ଏବଂ ରବିବାର ଦିନ ଏହିପରିଭାବେ ବାଲି ଉଠାଯାଉଥିବା ଜଣାପଡ଼ିଛି । ତେବେ ଏହା ବେଆଇନ କିମ୍ବା ଆଇନ ଅନୁମୋଦିତ ତାହା ତଦ୍ଦନ୍ତ ସାକ୍ଷେପ ହୋଇଥିବାବେଳେ ତହସିଲଦାର କିମ୍ବା ଜନପ୍ରତିନିଧି କାହାକଥା ଠିକ ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରକାଶଯେ, ଆଜି ଅପରାହ୍ନ ସମୟରେ ହଠାତ ଜଣାପଡ଼ିଥିଲାଯେ କୁଜଙ୍ଗ ତହସିଲ ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତ ସଂଲଗ୍ନ ମହାନଦୀର ତେନ୍ତୁଲିଆ ଚନ୍ଦାମୁଣ୍ଡ ଠାରୁ ବାଲି ଉଠୁଥିଲା । ସୂଚନା ମିଳିବାପରେ ତହସିଲଦାର ପ୍ରଭାଷ କୁମାର ବେହୁରିଆଙ୍କ ସହିତ ଯୋଗାଯୋଗ କରାଯାଇଥିଲା ।

କେଉଁଠାରେୁ ବାଲି ଉଠୁଛି ବୋଲି ଜାଣିବାକୁ ଚାହିଁଥିଲେ ତହସିଲଦାର । ତାଙ୍କୁ ସବିଶେଷଭାବେ ସୂଚନା ପ୍ରଦାନ କରାଯାଇଥିଲା । ଏବଂ ପରେ ଜଣାପଡ଼ିଥିଲାଯେ ଜିଲ୍ଲାନାସୀ ପଂଚାୟତର ସରପଂଚ ପ୍ରମୋଦ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଏହି ବାଲି ଉଠାଯାଉଛି । ସଙ୍ଗେସଙ୍ଗେ ଏନେଇ ତାଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ମାତ୍ର ସେ ଏହିବାଲି ତହସିଲରି ଲିଜ ସୂତ୍ରରେ ଉଠାଉଥିବା କହିଥିଲେ । ଏଥିସହିତ ଏହି ବାଲି ପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯାଉଥିବାନେଇ ସେ ସଫେଇ ଦେଇଥିଲେ । ମାତ୍ର ଯଦି ଲିଜ କଟାଯାଇ ବାଲି ଉଠାଯାଉଛି ତାହାଲେ ସବୁ ରବିବାର ଏବଂ ସରକାରୀ ଛୁଟିଦିନରେ କାହିଁକି ବାଲଇଉାଯାଉଛି ବୋଲି ପଚରାଯିବାରୁ ସେ ସବୁଦିନ ଏହି ବାଲି ଉଠାଉଥିବା କହିଥିଲେ । ଏବେ ପ୍ରଶ୍ନ ଉଠୁଛିଯେ ତହସିଲଦାର ହେଉଛନ୍ତି ତହସିଲ କାର୍ଯ୍ୟାଳୟର ସର୍ବୋଚ ଅଧିକାରୀ । ସେ ଲିଜ୍ କଟାଯାଇନଥିବା କହୁଥିବାବେଳେ ସରପଂଚ କହୁଛନ୍ତିସେ ଲିଜ କାଟି ବାଲି ଉଠାଯାଉଛି । କିଏ ଭୁଲ ଏବଂ ଠିକ ତାହା ତଦ୍ଦନ୍ତ କରାଗଲେ ପ୍ରକୃତ ସତ୍ୟ ଜଣାପଡ଼ନ୍ତାବୋଲି ଆଲୋଚନା ହେଉଛି ।

ସେହିପରିଭାବେ ଜିଲ୍ଲାନାସୀ ପଂଚାୟତର କେଉଁକେଉଁ କାର୍ଯ୍ୟରେ ଏହି ବାଲି ପୂର୍ବରୁ ବିନିଯୋଗ କରାଯାଇଛି ସେନେଇ ତଦ୍ଦନ୍ତ କରାଯିବା ସହିତ ଯଦି ଏହା ବେଆଇନ ତାହାଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମତପ୍ରକାଶ ପାଇଛି । ନହେଲେ ଆଗାମୀଦିନରେ ଅଂଚଳର ସର୍ବସାଧାରଣ ମଧ୍ୟ ବାଲି ଉଠାଇବାକୁ ସାହାସ କରିବେ ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.