Latest Odisha News

BREAKING NEWS

କିଛି ଲଢେଇ ହାରିବା ପାଇଁ ଲଢିବାକୁ ପଡ଼ିଥାଏ-କପିଲ ସିବ୍ବଲ

ନୂଆଦିଲ୍ଲୀ:ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ ମାମଲାର ରାୟଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଯାଇଛି । ଏହି ଧାରା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ସାମ୍ବିଧାନିକ ଭାବେ ବୈଧ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ତେବେ ରାୟ ଶୁଣାଣି ପୂର୍ବରୁ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ନିଜ ଏକ୍ସ ହାଣ୍ଡେଲରେ ଏକ ପୋଷ୍ଟ କରିଥିଲେ । ସିବ୍ବଲଙ୍କର ଏହି ନୋଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କପିଲ ସିବ୍ବଲ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, କିଛି  ଲଢେଇ ହାରିବା ପାଇଁ ହୋଇଥାଏ । ଧାରା ଉଚ୍ଛେଦ ବିରୋଧରେ ଯେଉଁମାନେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ,  କପିଲ ସିବ୍ବଲ  ସେହି ଆବେଦନକାରୀଙ୍କ ପ୍ରତିନିଧିତ୍ୱ ନେଇଥିଲେ । ଏହି ଧାରା ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଇଥିଲା । କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୯ ତାରିଖରେ ଏହାକୁ ଉଚ୍ଛେଦ କରିଥିଲେ ।

କପିଲ ସିବ୍ବଲ ତାଙ୍କ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି,  ‘କିଛି ଲଢେଇ ହାରିବା ପାଇଁ ଲଢିବାକୁ ପଡିଥାଏ । କିଛି ବିବାଦୀୟ ତଥ୍ୟକୁ ପରବର୍ତ୍ତୀ ପୀଢିଙ୍କୁ ଜଣାଇବା ପାଇଁ ଇତିହାସରେ ଏହାର ରେକର୍ଡ ରହିବା ଆବଶ୍ୟକ । ଆନୁଷ୍ଠାନିତ କାର୍ଯ୍ୟ ଠିକ ବା ଭୁଲ ତାହା ଆଗମୀ ସମୟ ତର୍ଜମା କରିବ । ଇତିହାସ କେବଳ ଏହି ଐତିହାସିକ ନିଷ୍ପତ୍ତିର ନୈତିକ ଦିଗଦର୍ଶକ ହୋଇ ରହିବ ।’

Leave A Reply

Your email address will not be published.