ନୂଆଦିଲ୍ଲୀ: ୫ ବର୍ଷ ପରେ ପୁଣି ଚଳଚ୍ଚିତ୍ର ନିର୍ଦ୍ଦେଶନା କରିବେ କରଣ ଜୋହର। କରଣ ତାଙ୍କ ଆଗାମୀ ଫିଲ୍ମ ‘ରକୀ ଔର୍ ରାନୀ କୀ ପ୍ରେମ କାହାନୀ’ର ନିର୍ଦ୍ଦେଶନା ଦେବେ। ତେବେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ ରଣବୀର ସିଂ ଏବଂ ଆଲିଆ ଭଟ୍ଟ।
ଅଭିନେତା ରଣବୀର ସିଂଙ୍କ ୩୬ ତମ ଜନ୍ମଦିନରେ କରଣ ଆଜି ତାଙ୍କ ଚଳଚ୍ଚିତ୍ରର ନାମ ଏବଂ କାଷ୍ଟ ଘୋଷଣା କରିଛନ୍ତି।
ରଣବୀର ଏବଂ ଆଲିଆ ମଧ୍ୟ ସେମାନଙ୍କ ପ୍ରଶଂସକଙ୍କ ସହ ଏହି ଖବର ସେୟାର୍ କରିଛନ୍ତି। ତେବେ ଫିଲ୍ମକୁ ନେଇ ଅଧିକ ତଥ୍ୟ ଆଗାମୀ ସମୟରେ ଜାଣିବାକୁ ମିଳିବ।
Comments are closed.