Latest Odisha News

ଏନସିବି ନୋଟିସର ଉତ୍ତର ଦେଲେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଏନସିବି ନୋଟିସର ଜବାବ ଦେଇଛନ୍ତି । ପାର୍ଟିରେ କୌଣସି ଟ୍ରଗ୍ସ ବ୍ୟବହାର କରାଯାଇନଥିବା କହିଛନ୍ତି କରଣ ଜୋହର । ପାର୍ଟିରେ ଯେଉଁ ଭିଡିଓ କଥା କୁହାଯାଉଛି ସେଥିରେ ଡ୍ରଗ୍ସ ବ୍ୟବହାର ହୋଇନାହିଁ । ଏହା ସହ କରଣ ଜୋହର ପାର୍ଟି ସମ୍ବନ୍ଧୀୟ ଆଉ ଏକ ଭିଡିଓ ଏନସିବିକୁ ପଠାଇଛନ୍ତି ।

ଗତକାଲି ଏନସିବି କରଣ ଜୋହରଙ୍କୁ ନୋଟିସ୍ ଜାରି କରିଥିଲା । ଆଜି ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଥିଲା । କରଣ ଜୋହର ତାଙ୍କ ଓକିଲଙ୍କ ଜରିଆରେ ଏନସିବି ନୋଟିସର ଜବାବ ଦେଇଛନ୍ତି । ପାର୍ଟିରେ କୌଣସି ପ୍ରକାଣ ଟ୍ରଗ୍ସ ବ୍ୟବହାର କରାଯାଇନଥିବା କହିଛନ୍ତି ।

କରନ ଜୋହରଙ୍କୁ ଇଲେକ୍ଟ୍ରୋନିକ ଏଭିଡେନ୍ସ ଦେବାକୁ କୁହାଯାଇଥିଲା । ଯାହାର ବ୍ୟବହାର ଜୁଲାଇ ୨୦୧୯ରେ ତାଙ୍କ ଘରେ ହୋଇଥିବା ପାର୍ଟିରେ ସୁଟିଂ କରିବା ପାଇଁ ବ୍ୟବହାର କରାଯାଇଥିଲା । ପାର୍ଟିରେ କେଉଁ କେଉଁ ମାନେ ସାମିଲ ଥିଲେ ? କେଉଁ କ୍ୟାମେରାରେ ଭିଡିଓ ସୁଟ୍ କରାଯାଇଥିଲା ? କ’ଣ କୌଣସି ନିମନ୍ତ୍ରଣ କାର୍ଡ ପଠାଯାଇଥିଲା କି ? ଏ ସମସ୍ତ ତଥ୍ୟ  ଦେବାକୁ କୁହାଯାଇଥିଲା ।

 

Leave A Reply

Your email address will not be published.