Latest Odisha News

BREAKING NEWS

ଟାଟା ଷ୍ଟିଲ୍ ବିଏସ୍‌ଏଲ୍‌କୁ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ୱ ସଷ୍ଟେନବିଲିଟି ପୁରସ୍କାର ୨୦୨୦

ନରେନ୍ଦ୍ରପୁର: ଟାଟା ଷ୍ଟିଲ ବିଏସ୍‌ଏଲ୍ ଜିତିଛି ସମ୍ମାନଜନକ ‘ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ୱ ସଷ୍ଟେନବିଲିଟି ପୁରସ୍କାର ୨୦୨୦’ । ପ୍ଲାଟିନମ୍ ବର୍ଗରେ ଟାଟା ଷ୍ଟିଲ ବିଏସ୍‌ଏଲ୍ ଏହି ପୁରସ୍କାର ହାସଲ କରିଛି ।

ଡିସେମ୍ବର ୧୬ ତାରିଖରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ ଏକାଦଶ ବିଶ୍ୱ ନବୀକରଣ ଶକ୍ତି ଟେକ୍ନୋଲୋଜି କଂଗ୍ରେସ ଏବଂ ଚତୁର୍ଥ ବିଶ୍ୱ ଜଳ ସମ୍ମିଳନୀ ଓ ଏକ୍ପୋପୋରେ ଟାଟା ଷ୍ଟିଲ ତରଫରୁ କମ୍ପାନିର ଚିଫ୍ ଅପରେଟିଂ ଅଫିସର ସୁବୋଧ ପାଣ୍ଡେ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଇଥିବା କମ୍ପାନିର ଉଲ୍ଲେଖନୀୟ ଅବଦାନ, ପ୍ରତିଶ୍ରୁତିବଦ୍ଧତା ଓ କାମ ପାଇଁ ଟାଟା ଷ୍ଟିଲ୍ ବିଏସ୍‌ଏଲ୍‌କୁ ଏହି ପୁରସ୍କାର ମିଳିଛି ।

ପୁରସ୍କାର ଗ୍ରହଣ କରିବା ବେଳେ ଏହାର ଆୟୋଜକଙ୍କୁ ଧନ୍ୟବାଦ ଦେଇ ସୁବୋଧ ପାଣ୍ଡେ କହିଥିଲେ ଯେ, ପରିବେଶ ପ୍ରତି ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଟାଟା ଷ୍ଟିଲ ବିଏସ୍‌ଏଲ୍ ସବୁବେଳେ ଉତ୍ତମ ପଦକ୍ଷେପ ନେଇଥାଏ । ଏଥିପାଇଁ ମିଳିଥିବା ପୁରସ୍କାର ଟାଟାର ଉଦ୍ୟମକୁ ସ୍ୱୀକୃତି ଦେଇଛି । କାର୍ବନ ହ୍ରାସ କରି ଏକ ବିଶୁଦ୍ଧ ପରିବେଶ ବଜାୟ ରଖିବା ପାଇଁ ନୂଆ ନୂଆ ସବୁଜ ଉପାୟ ବାହାର କରିବା ଦିଗରେ କଠିନ ପରିଶ୍ରମ କରିବାକୁ ଏହି ପୁରସ୍କାର ଆମକୁ ପ୍ରେରଣା ଦେବ ।

କମ୍ ପରିମାଣର ଶକ୍ତି ବ୍ୟବହାର, ଅଙ୍ଗାରକାମ୍ଲ ନିର୍ଗମନ ହ୍ରାସ, କାରଖାନା ଆଖପାଖରେ ପ୍ରଦୂଷଣ ହ୍ରାସ କରି ବାୟୁର ମାନରେ ଉନ୍ନତି ଆଣିବା, ଜଳ ସଂରକ୍ଷଣ, କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଆଦି ଦିଗରେ କମ୍ପାନି ଯେଉଁ ସବୁ ପଦକ୍ଷେପ ନେଇଛି, ସେସବୁକୁ ବିଚାରକ ମଣ୍ଡଳୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଆଗରୁ ଭୂଷଣ ଷ୍ଟିଲ ଲିମିଟେଡ (ବିଏସ୍‌ଏଲ୍‌) ନାମରେ ପରିଚିତ ଥିବା ଟାଟା ଷ୍ଟିଲ ବିଏସ୍‌ଏଲ୍ ଦେଶର ପଞ୍ଚମ ସର୍ବାଧିକ ଫ୍ଲାଟ୍ ଇସ୍ପାତ ଉତ୍ପାଦନକାରୀ କମ୍ପାନି ଅଟେ ।

ଅଷ୍ଟ୍ରେଲିଆର ଜଳସଂପଦ ମନ୍ତ୍ରୀ କିଥ ପିଟ୍ ଏମ୍‌ପି, ଭାରତର ଜଳ ଶକ୍ତି ମନ୍ତ୍ରାଳୟର ସଚିବ ୟୁପି ସିଂହ, ନୂଆଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରି ଓ ଫାରେଲ୍‌, ଭାରତ ସରକାରଙ୍କ ପୂର୍ବତନ ଶକ୍ତି ସଚିବ ଅନୀଲ ରାଜଦାନ ଏବଂ ଶକ୍ତି ଓ ପରିବେଶ ଫାଉଣ୍ଡେସନର ସିିିିିିିିଇଓ ଡକ୍ଟର ଅନିଲ ଗର୍ଗ ପ୍ରମୁଖ ପୁରସ୍କାର ପ୍ରଦାନ ସମାରୋହରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.