Latest Odisha News

ସମାଜର ରୁଢିବାଦୀ ଚିନ୍ତାଧାରାକୁ ନେଇ କରୀନାଙ୍କ ରୋକ୍‌ଠୋକ୍‌ ଜବାବ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓରେ କରୀନା କପୁର ସମାଜର ରୁଢିବାଦୀ ଚିନ୍ତାଧାରା ଉପରେ ପ୍ରଶ୍ନ କରୁଥିବା ନଜର ଆସିଛନ୍ତି। ତେବେ ସୂଚନା ମୁତାବକ କରୀନାଙ୍କର ଏହି ଭିଡିଓଟି ବେଶ୍ ପୁରୁଣା ଏବଂ ଏହା ଏକ ଇଭେଣ୍ଟ ସମୟର। ତେବେ କରୀନାଙ୍କ ଏହି ଭିଡିଓକୁ ଏବେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କରୀନାଙ୍କ ବହୁତ ପସନ୍ଦ କରୁଛନ୍ତି।

ଭିଡିଓରେ ସେ କହିଛନ୍ତି, “ଜ୍ୟାଦା ପଢ୍‌ଲିୟା ତୋ ୟେ ଚସ୍‌ମିସ୍‌। ଲିପଷ୍ଟିକ୍ ଜ୍ୟାଦା ହୋ ଗୟୈ ତୋ ୟେ ହିରୋଇନ୍‌। ଏହା ସହିତ ସେ ଆହୁରି କହିଛନ୍ତି ଯେ ଯଦି କୌଣସି ଝିଅ ଡେରିରେ ଘରକୁ ଆସେ ସେତେବେ କାହିଁକି ତା ଚରିତ୍ରକୁ ନେଇ ପ୍ରଶ୍ନ ଉଠେ। ସେ ଏଥିରେ କହିଛନ୍ତି ଯ ମୁଁ କେବଳ କହିବାକୁ ଚାହେଁ ଯେ ମୋର ଅଧିକାର କେଉଁଠି।” ଯଦିଓ କରୀନା କପୁରଙ୍କ ଏହା ପୁରୁଣା ଭିଡିଓ , କିନ୍ତୁ ଏଥିରେ ତାଙ୍କର ନିଆରା ଅନ୍ଦାଜ୍‌ ଦେଖିବା ଯୋଗ୍ୟ ହୋଇପରିଛି। ଏହି ଭିଡିଓକୁ କରୀନାଙ୍କ ପ୍ରଶଂସକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓରେ ଅଭିନେତ୍ରୀଙ୍କୁ ଧଳା ଟପ୍ ଏବଂ ଷ୍ଟ୍ରାପ୍ ସ୍କର୍ଟରେ ଦେଖିବାକୁ ମିଳିଛି। ଯେଉଁଥିରେ ତାଙ୍କ ଚେହେରା ମଧ୍ୟ ଚମତ୍କାର ଦେଖାଯାଉଛି।

Comments are closed.