Latest Odisha News

ସ୍ଥଗିତ ହେଲା ମାଟ୍ରିକ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର: ସ୍ଥଗିତ ରହିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମପୂରଣ ନେଇ ସୂଚନା ଦିଆଯିବ ।

ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ଚଳିତ ମାସ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୁରଣ ପାଇଁ ଅଚାନକ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ । ଏହାପରେ ରାଜ୍ୟ ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏହି ବିଜ୍ଞପ୍ତିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ ।

ପୂର୍ବରୁ ବିଜ୍ଞପ୍ତି ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଅସନ୍ତୁଷ୍ଟ ଥିଲେ । ବିନା ପାଠପଢ଼ାରେ ମାଧ୍ୟମିକ ଶିକ୍ଷା ପରଷଦର ପରୀକ୍ଷା ନିଷ୍ପତିକୁ ନାପସନ୍ଦ କରାଯାଇଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲିପାରି ନାହିଁ । ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ ନଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ବିଭିନ୍ନ ଷ୍ଟେଟ ହୋଲଡରଙ୍କ ସହ ଆଲୋଚନା ଏବଂ କିଛି ରାଜ୍ୟରେ କରୋନାର ସେକେଣ୍ଡ ୱେଭ ଆରମ୍ଭ ହୋଇଥିବା ଦୃଷ୍ଟିରୁ ନୂଆବର୍ଷ ଯାଏଁ ସ୍କୁଲ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି ।

Leave A Reply

Your email address will not be published.