Latest Odisha News

BREAKING NEWS

ମହାନଦୀ ଜଳ ବିବାଦ ମାମଲା, ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି । ଛତିଶଗଡର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ମୂଳ ମାମଲା ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ସମୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ।

ଦୁଇ ପକ୍ଷ କମନ ଇନଫର୍ମେସନ ଫର୍ମାଟ୍ ଉପରେ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଡିସେମ୍ବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କ୍ରିଷ୍ଣା-କାବେରୀ ଭଳି ମହାନଦୀ ଫର୍ମାଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ ।

Leave A Reply

Your email address will not be published.