Latest Odisha News

BREAKING NEWS

୮ବର୍ଷର ପ୍ରେମ ସମ୍ପର୍କରେ ମୃତ୍ୟୁର ଜବନିକା, ପ୍ରେମିକା ଘରେ ମାରପିଟ୍ ଧମକଚମକ୍, ହସ୍ପିଟାଲରେ ହାରିଲେ ଜୀବନ

ଉଡୁପି: ୨୭ ବର୍ଷିୟ ଯୁବକଙ୍କ ମୃତ୍ୟୁ । ସରକାରୀ ମେଡିକାଲର ଶୌଚାଳୟରେ ଆତ୍ମହତ୍ୟା କଲେ କର୍ଣ୍ଣାଟକ ଉଡୁପି ପର୍ଡୋରର ପ୍ରଦୀପ କୁମାର । ପ୍ରେମିକାର ଘରକୁ ଜୋର ଜବରଦସ୍ତ ଉଠାଇନେଇ ନିର୍ଦ୍ଧୁମ ମାଡ ଆଉ ଧମକଚମକ ପରେ ଅଜ୍ଜାରକଡ ମେଡିକାଲରେ ପ୍ରଦୀପଙ୍କ ଚିକିତ୍ସା ହେଉଥିଲା । ଅପମାନ ଆଉ ମାଡର କଷ୍ଟ ସହିନପାରି ମେଡିକାଲର ଶୌଚାଳୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ମୃତ ପ୍ରଦୀପଙ୍କ ବଡଭାଇ ଦିଲ୍ଲୀପ କୁମାର ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ ସମ୍ପୃକ୍ତ ଯୁବତୀଙ୍କ ସହ ପ୍ରଦୀପଙ୍କର ୮ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ଅକ୍ଟୋବର ୨୭ ରାତି ପ୍ରାୟ ୧୦ଟା ସମୟରେ ପ୍ରଦୀପ ଯେତେବେଳେ ନୈରକୋଡିରେ ଥିବା ଘରକୁ ଚାଲିଚାଲି ଫେରୁଥିଲେ । ସେତେବେଳେ ପ୍ରେମିକାର ଭାଇମାନେ ତାଙ୍କୁ ଘେରିଗଲେ । ୩ଟି କାରରେ ଆସିଥିଲେ ପ୍ରସନ୍ନ, ସୁଧୀର, ଶୈଳେସ, ସନ୍ନତ, କ୍ରୀଷ୍ଣା, ସୁଜୟ ଓ ଅନ୍ୟ କିଛି ଲୋକ । ଜବରଦସ୍ତି କରି ପ୍ରଦୀପକୁ ଘରକୁ ଉଠାଇ ନେଇଥିଲେ । ଘରକୁ ନେଇ ପ୍ରଦୀପଙ୍କ ଗୋଡ, ପିଠି ଓ ଶରୀରର ପଛକୁ ଅମାନୁଷିକ ଭାବେ କାଠ ଫାଳିଆରେ ମାଡ ମାରିଥିଲେ । ଫଳରେ ପ୍ରଦୀପଙ୍କୁ ଗୁରୁତର ଆଘାତ ଲାଗିଥିଲା । ସେପଟେ ପ୍ରଦୀପଙ୍କୁ ନପାଇ ତାଙ୍କ ଭାଇ ଦିଲ୍ଲୀପ ତାଙ୍କ ସାଙ୍ଗମାନଙ୍କୁ ପ୍ରଦୀପର ପ୍ରେମିକା ଘରେ ଖୋଜିବାକୁ କହିଥିଲେ । ସେଠାରେ ଯାଇ ଦେଖିଲାବେଳକୁ ପ୍ରଦୀପଙ୍କୁ ମାଡ ମାରି ଅଧମରା ଅବସ୍ଥାରେ ପକାଇଥିଲେ ସେମାନେ ।

ପରଦିନ ପ୍ରଦୀପଙ୍କୁ ଅଜ୍ଜରକାଡ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ଭାଇ ଦିଲ୍ଲୀପ ଜାଣିବାକୁ ପାଇଥିଲେ । ମେଡିକାଲରେ ପ୍ରେମିକା ଓ ତା ଭାଇ ଧମକାଇଥିବା କଥା ଦଲ୍ଲୀପଙ୍କୁ ଜଣାଇଥିଲେ ପ୍ରଦୀପ । ଏମିତିକି ପ୍ରଦୀପ ଗଭୀର ମାନସିକ ଓ ଶାରିରୀକ କଷ୍ଟ ପାଉଥିଲେ ବୋଲି ପୋଲିସକୁ ଜଣାଇଥିଲେ ଦିଲ୍ଲୀପ । ଅକ୍ଟୋବର ୩୦ରାତିରେ ପ୍ରଦୀପ ହସ୍ପିଟାଲ ଶୌଚାଳୟରେ ଆତ୍ମହତ୍ୟା କରିଥିଲେ । ଉଡୁପି ଟାଉନ ଥାନା ପୋଲିସ ପହଂଚି ସମ୍ପୃକ୍ତ ପ୍ରେମିକା ସହ ୮ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ୨ଜଣ ବାହାର ରାଜ୍ୟର କର୍ମୀ, ଯିଏ ପରେମିକା ଭାଇ ସହ କାମ କରୁଥିଲେ, ସେମାନଙ୍କ ନାଁରେ ମାମଲା ରୁଜୁ କରି ପଚରାଉଚରା କରୁଛି ପୋଲିସ ।

 

Leave A Reply

Your email address will not be published.