ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ଭି.କେ. କୀର୍ତ୍ତି ଭାସନ ଶନିବାର ଦିନ ସୂଚନା ଦେଇଛନ୍ତି।
ବର୍ତ୍ତମାନର ବନ୍ୟା ସ୍ଥିତି ଏବଂ ଏହି ପ୍ରତିକୂଳ ପରିସ୍ଥିତି ଯୋଗୁଁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀମାନଙ୍କୁ ସମ୍ମୁଖୀନ ହେବାକୁ ପଡୁଥିବା ସମ୍ଭାବ୍ୟ ଅସୁବିଧାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଜିଲ୍ଲାପାଳ ବିଦ୍ୟାଳୟଗୁଡ଼ିକ ବନ୍ଦ ନେଇ ଘୋଷଣା କରିଛନ୍ତି।
