Latest Odisha News

BREAKING NEWS

ମୋ ଜନ୍ମଦିନରେ ଗୀତ ଗାଉଥିଲେ କେଜ୍ରିୱାଲ ଓ ସିସୋଦିଆ: ସୁକେଶ

ନୂଆଦିଲ୍ଲୀ: ୨୦୦କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ଆଜି ପୁଣି ଏକ ଚିଠି ଲେଖିଛି । ଏହି ଚିଠିରେ ସୁକେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ ନେତା ମନୀଷ ସିସୋଦିଆ ଓ ସୈତ୍ୟନ୍ଦ୍ର ଜୈନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ସବୁ ଆଣିଛି । ସୁକେଶ ଚିଠିରେ ଲେଖିଛି ଯେ ୨୫ ମାର୍ଚ୍ଚ, ୨୦୧୭ରେ କେଜ୍ରିୱାଲ, ସିସୋଦିଆ ଓ ଜୈନ ତାଙ୍କ ଜନ୍ମଦିନ ଅବସରରେ ଆୟୋଜିତ ପାର୍ଟିରେ ଯୋଗ ଦେଇଥିଲେ ଓ ଗୀତ ଗାଇଥିଲେ । ସେମାନେ ‘ୟେ ଦୋସ୍ତି ହମ ନହିଁ ଛୋଡେଙ୍ଗେ’ ଗୀତ ଗାଇଥିବାବେଳେ ଟଙ୍କା ଲୋଭରେ ନିଜର ପ୍ରତିଜ୍ଞା ଭାଙ୍ଗିଦେଇଥିଲେ ।

ସୁକେଶ କେଜ୍ରିୱାଲଙ୍କୁ କହିଛି ଯେ ତୁମେ ମୋତେ ଠକ କହୁଛ କିନ୍ତୁ ତୁମେ ଜଣେ ମହାଠକ । ସୁକେଶ ଆରୋପ ଲଗାଇଛି ଯେ କେଜ୍ରିୱାଲ ସରକାର ପିଲାମାନଙ୍କୁ ଟ୍ୟାବଲେଟ ଯୋଗାଇ ଦେବାକୁ କହି ଦୁର୍ନୀତି କରିଛନ୍ତି । ପ୍ରଥମେ ଏହି ଟ୍ୟାବଲେଟ ଏକ ଚାଇନା କମ୍ପାନୀଙ୍କଠାରୁ କିଣାଯିବାର ଥିଲା । କିନ୍ତୁ ଯେତେବେଳେ ଆଉ ଏକ କମ୍ପାନୀ ୨୦ ପ୍ରତିଶତ ଅଧିକ କମିଶନ ଦେବାକୁ କହିଥିଲା ସେତେବେଳେ କେଜ୍ରିୱାଲ ସରକାର ମୋତେ ଟେଣ୍ଡର ନ ଦେଇ ଅନ୍ୟକୁ ଦେବାକୁ ନିଷ୍ପତ୍ତି ନେଇଥିଲେ । ସୁକେଶ ଦାବି କରିଛି ଯେ ବିଭିନ୍ନ ସଂସ୍ଥାଠାରୁ କେଜ୍ରିୱାଲ ୧୦୦୦ କୋଟି ଟଙ୍କାର କମିଶନ ନେଇଥିଲେ ।

Leave A Reply

Your email address will not be published.